Categories: ଜାତୀୟ

ଆଧାରକାର୍ଡରେ ନା ଦେଖି ଆଡ୍‌ମିଶନ କରିବାକୁ ମନା କଲା ସ୍କୁଲ

ବୁଦାଉନ(ୟୁପି),୪।୪: ଆଧାରକାର୍ଡରେ ନାମ ଦେଖି ଜଣେ କୁନି ଝିଅକୁ ଆଡ୍‌ମିଶନ ଦେବାକୁ ମନା କରି ଦେଇଛି ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲ। ତେବେ ଆଧାରକାର୍ଡରେ ନାମ ସ୍ଥାନରେ ‘ମଧୁକା ପାଞ୍ଚଓ୍ବା ବଚ୍ଚା’ (ମଧୁର ପଞ୍ଚମ ଛୁଆ) ଉଲ୍ଲେଖ ଥିଲା। ସେହି କାର୍ଡରେ ଆଧାର ନମ୍ବର ମଧ୍ୟ ଉଲ୍ଲେଖ ନ ଥିଲା ବୋଲି ଅଧିକାରୀ କହିଛନ୍ତି।

ରାଇପୁର ଗ୍ରାମର ବାସିନ୍ଦା ଦୀନେଶ ଶନିବାର ତାଙ୍କ ଝିଅ ଆରତିଙ୍କୁ ବୁଦାଉନର ପ୍ରାଥମିକ ସରକାରୀ ସ୍କୁଲରେ ଭର୍ତ୍ତି କରାଇବା ପାଇଁ ନେଇ ଯାଇଥିଲେ। କିନ୍ତୁ ଏକତା ଭର୍ଷାନେ ନାମକ ଶିକ୍ଷୟିତ୍ରୀ ଆଡ୍‌ମିଶନ ମନା କରିବା ସହ ଦୀନେଶଙ୍କୁ ଆଧାରକାର୍ଡ ତ୍ରୁଟି ସୁଧାରିବାକୁ କହିଥିଲେ ବୋଲି ଅଧିକାରୀ କହିଛନ୍ତି।

ଜିଲା ମାଜିଷ୍ଟ୍ରେଟ୍‌ ଦୀପା ରଞ୍ଜନ କହିଛନ୍ତି, ଆଧାରକାର୍ଡ ପୋଷ୍ଟ ଅଫିସ ଏବଂ ବ୍ୟାଙ୍କରେ ପ୍ରସ୍ତୁତ କରାଯାଉଛି। ତେବେ ଚରମ ଅବହେଳା ଯୋଗୁ ଏଭଳି ଭୁଲ ହୋଇଛି। ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

Share