Categories: ଜାତୀୟ

ଆଚାର ସଂହିତା ଉଲ୍ଲଂଘନର ଦୁଇଟି ମାମଲାରେ ରାଜ୍ୟମନ୍ତ୍ରୀ ସଞ୍ଜୟ ଗଙ୍ଗୱାର ଦଣ୍ଡିତ

ଲକ୍ଷ୍ନୌ,୧୮ ।୧୨: ଉତ୍ତର ପ୍ରଦେଶ ସରକାରରେ ରାଜ୍ୟମନ୍ତ୍ରୀ ଥିବା ସଞ୍ଜୟ ସିଂ ଗଙ୍ଗୱାରଙ୍କୁ ଆଚାର ସଂହିତା ଉଲ୍ଲଂଘନ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟ ଶନିବାର ତାଙ୍କୁ ଦୁଇଟି ମାମଲାରେ ୩-୩ ମାସର କାରାଦଣ୍ଡ ସହ ୨-୨ ହଜାର ଟଙ୍କା ଜରିମାନା କରିଛନ୍ତି । କୋର୍ଟ ଗଙ୍ଗୱାରଙ୍କୁ ଅନ୍ୟ ଏକ ମାମଲରେ ଦୋଷମୁକ୍ତ କରିଛନ୍ତି ।
ଆଚାର ସଂହିତା ଉଲ୍ଲଂଘନର ଦୁଇଟି ଭିନ୍ନ ଭିନ୍ନ ମାମଲାରେ ସଜା ଶୁଣାଇବା ସମୟରେ କୋର୍ଟରେ ଉପସ୍ଥିତ ଥିବା ରାଜ୍ୟମନ୍ତ୍ରୀ ଗଙ୍ଗୱାରଙ୍କୁ ସେହିଠାରୁ ହିଁ ଜେଲ ପଠାଇ ଦିଆଯାଇଥିଲା । ଏହାପରେ ତାଙ୍କ ଜାମିନ ଆବେଦନ ଉପରେ ବିଚାର କରି ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଏହି ରାୟ ଏମପି-ଏମଏଲଏ କୋର୍ଟରେ ବିଶେଷ ନ୍ୟାୟାଧିଶ ପ୍ରିୟଙ୍କା ରାଣୀଙ୍କ ଅଦାଲତରେ ଶୁଣାଯାଇଥିଲା । ସୂଚନାଯୋଗ୍ୟ, ୩ଟି ଯାକ ମାମଲା ୨୦୨୧ ନିର୍ବାଚନ ସମୟରେ ଦାଖଲ କରାଯାଇଥିଲା । ସେତେବେଳେ ଗଙ୍ଗୱାର ବହୁଜନ ସମାଜ ପାର୍ଟି ଟିକେଟରୁ ପିଲିଭିତର ସଦର ବିଧାନସଭା ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢୁଥିଲେ ।

Share