Categories: ଜାତୀୟ

ଉତ୍ତର ପ୍ରଦେଶରେ ସ୍କୁଲ ପିଲାଙ୍କୁ ୟୁନିଫର୍ମ ପାଇଁ ମିଳିବ ୧୨୦୦ ଟଙ୍କା

ଲକ୍ଷ୍ନୌ,୨୬ ।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକ ଭବନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବୈଠକରେ ବେସିକ ଶିକ୍ଷା ବିଭାଗର ପ୍ରସ୍ତାବ ଉପରେ ବି ମୋହର ଲାଗିଛି । ଏହାଦ୍ୱାରା ଏବେ ଯୋଗୀ ସରକାର ରାଜ୍ୟର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀ-ଛାତ୍ରଙ୍କୁ ୧୨୦୦-୧୨୦୦ଟଙ୍କା ଦିଆଯିବ । ସୂଚନାଯୋଗ୍ୟ ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାଙ୍କ ୟୁନିଫର୍ମ ପାଇଁ ୨ ଯୋଡା ପ୍ରତି ଯୋଡାକୁ ୬୦୦ଟଙ୍କା ଲେଖାଏଁ ଦିଆଯିବ । ଏହାସହ ସ୍କୁଲ ବ୍ୟାଗ ପାଇଁ ୧୭୦ ଟଙ୍କା, ଜୋତା ମୋଜା ପାଇଁ ୧୨୫ ଟଙ୍କା ଓ ସ୍ୱେଟର ପାଇଁ ୨୦୦ଟଙ୍କା ଦିଆଯିବ ।

ପୂର୍ବରୁ ଏଥିପାଇଁ ଲାଭାର୍ଥିଙ୍କ ଖାତାକୁ ସିଧାସଳଖ ୧୧୦୦ ଟଙ୍କା ଟ୍ରାନ୍ସଫର କରାଯାଉଥିଲା । ଯେଉଁଥିରୁ ୬୦୦ଟଙ୍କା କେନ୍ଦ୍ର ସରକାର ଓ ୫୦୦ଟଙ୍କା ରାଜ୍ୟ ସରକାର ଦେଉଥିଲେ । ଏବେ ଯୋଗୀ ସରକାର ଏହାକୁ ବୃଦ୍ଧି କରି ୧୨୦୦ ଟଙ୍କା କରି ଦେଇଛନ୍ତି । ଏହାଦ୍ୱାରା ୧ କୋଟି ୯୦ ଲକ୍ଷ ପିଲା ଉପକୃତ ହେବେ ।

Share