Categories: ଜାତୀୟ

ସମାଜବାଦୀ ପାର୍ଟି ମୁଖ୍ୟ ଆଜାମ ଖାନଙ୍କ ଓ୍ବାଇ କ୍ୟାଟେଗୋରି ସିକ୍ୟୁରିଟିକୁ ପ୍ରତ୍ୟାହାର କଲେ ୟୁପି ସରକାର

ଲକ୍ଷ୍ନୌ,୧୪।୭: ୟୁପି ସରକାର ସମାଜବାଦୀ ପାର୍ଟିର ମୁଖ୍ୟ ତଥା ବରିଷ୍ଠ ନେତା ଆଜାମ ଖାନଙ୍କୁ ଦିଆଯାଇଥିବା ଓ୍ବାଇ ବର୍ଗ ସିକ୍ୟୁରିଟିକୁ ପ୍ରତ୍ୟାହାର କରି ନେଇଛନ୍ତି। ଏନେଇ ରାମପୁରର ଅତିରିକ୍ତ ପୋଲିସ ଅଧୀକ୍ଷକ ସାନସର ସିଂ କହିଛନ୍ତି ଯେ, ଲକ୍ଷ୍ନୌ ସୁରକ୍ଷା ମୁଖ୍ୟାଳୟରୁ ଏକ ଚିଠି ପାଇଛନ୍ତି। ଯେଉଁଥିରେ ତାଙ୍କୁ ଓ୍ବାଇ ବର୍ଗର ସୁରକ୍ଷା ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ଦର୍ଶାଯାଇଛି। ତେଣୁ ଚିଠି ଅନୁଯାୟୀ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Share