Categories: ଜାତୀୟ

କୃଷ୍ଣ ଜନ୍ମଭୂମିର ୧୦ ବର୍ଗ କିଲୋମିଟର ଅଞ୍ଚଳ ତୀର୍ଥସ୍ଥଳ ଘୋଷଣା

ଲକ୍ଷ୍ନୌ,୧୦ ।୯: ମଥୁରାକୁ ନେଇ ଯୋଗୀ ଆଦିତ୍ୟାନାଥଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ମଥୁରାର ଶ୍ରୀକୃଷ୍ଣ ଜନ୍ମସ୍ଥାନର ୧୦ ବର୍ଗ କିଲୋମିଟର ଅଞ୍ଚଳକୁ ତୀର୍ଥସ୍ଥଳ ଘୋଷଣା କରିଛନ୍ତି । ଏହି ଅଞ୍ଚଳରେ ଏଣିକି ମାଂସ ଓ ମଦ ବିକ୍ରି ହେବନାହିଁ । ଏଠାରେ ସମ୍ପୂର୍ଣ୍ଣ ଭାବେ ଏହା ଉପରେ ପ୍ରତିବନ୍ଧକ ଲଗାଇ ଦିଆଗଲା । ବ୍ରଜକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ବିଶ୍ୱାସକୁ ଦେଖି ଯୋଗୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଗତ ମାସରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାରେ ଜନ୍ମାଷ୍ଟମୀ ପାଳନ କରିଥିଲେ । ଏହାପରେ ଏହାକୁ ତୀର୍ଥସ୍ଥଳ ଘୋଷଣା କରାଯାଇଛି ।

Share