Categories: ଜାତୀୟ

ମଙ୍କିପକ୍ସକୁ ନେଇ ସତର୍କତା ଜାରି କଲେ ୟୁପି ସରକାର

ଲକ୍ଷ୍ନୌ,୨୭।୫: ମଙ୍କିପକ୍ସ ଭାଇରସ ସାରା ବିଶ୍ବରେ ଚିନ୍ତା ବଢାଇଛି । ଏହି ମାମଲା ବଢିବାରେ ଏବେ ଲାଗିଛି । ୧୫ ଦେଶରେ ୨୧୯ ମାମଲା ଚିହ୍ନଟ ହୋଇସାରିଲେଣି। ଏହାକୁ ଦୃଷ୍ଟିରେ ରଖି ୟୁପି ସରକାର ରାଜ୍ୟରେ ସତର୍କ ସୂଚନା ଜାରି କରିଛନ୍ତି। ଯେଉଁମାନେ ବିଦେଶରୁ ଫେରିଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ୟୁପି ସରକାର ସଂପୃକ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇସାରିଛନ୍ତି ।
ସଂକ୍ରାମକ ରୋଗ ନିର୍ଦ୍ଦେଶକ କହିବା ଅନୁଯାୟୀ, ଯେଉଁମାନଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଦେଉଛି ସେମାନଙ୍କ ଉପରେ କଡା ନଜର ରଖିବାକୁ ପଡିବ । ବିଶେଷକରି ଯେଉଁମାନେ ନିକଟରେ ବିଦେଶରୁ ଫେରିଛନ୍ତି କିମ୍ବା ସେମାନେ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେମାନଙ୍କ ଲକ୍ଷଣ ଦେଖାଯିବା ସଙ୍ଗେ ସଙ୍ଗେ ଆଇସୋଲେସଶନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଗୁରୁବାର ସାରେ ଏକ ଆଡଭାଇଜରୀ ଜାରି ହୋଇଛି । ସରକାର ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share