Categories: ଜାତୀୟ

ୟୁପିର ଅଜବ ଯୁକ୍ତି: ପାକିସ୍ତାନରୁ ଆସୁଥିବା ବାୟୁ, ଦିଲ୍ଲୀକୁ ପ୍ରଦୂଷିତ କରୁଛି

ନୂଆଦିଲ୍ଲୀ,୩।୧୨: ଦିଲ୍ଲୀ-ଏନସିଆରରେ ବିପଜ୍ଜନକ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଦୂଷଣ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ୨୪ ଘଣ୍ଟା ମଧ୍ୟରେ ଏହି ଯୋଜନା ଜଣାଇବାକୁ କହିଛନ୍ତି। ଦିଲ୍ଲୀର ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଉତ୍ତରପ୍ରଦେଶ ସରକାର ଏକ ଅଜବ ଯୁକ୍ତି ଦର୍ଶାଇଛନ୍ତି। ୟୁପି ସରକାରରେ ହାଜର ହୋଇଥିବା ଆଡଭୋକେଟ ରଣଜିତ କୁମାର କହିଛନ୍ତି ଯେ, ପାକିସ୍ତାନରୁ ଆସୁଥିବା ବାୟୁ, ଦିଲ୍ଲୀକୁ ପ୍ରଦୂଷିତ କରୁଛି। ୟୁପି ବାୟୁ ଦିଲ୍ଲୀ ଯାଏ ନାହିଁ। ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ପ୍ରଦୂଷଣକୁ ହ୍ରାସ କରିବା ନେଇ ଯୋଜନା କରନ୍ତୁ, ପ୍ରକୃତିର କାର୍ଯ୍ୟ ତାକୁ କରିବାକୁ ଦିଅନ୍ତୁ ବୋଲି ୟୁପି ସରକାରଙ୍କୁ ପରାମର୍ଶ ଦେଇଥିଲେ।
ଏଥି ସହିତ ଶୁଣାଣି ପୂର୍ବରୁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଶୀର୍ଷ ଅଦାଲତରେ ଏକ ଆଫିଡେଭିଟ ଦାଖଲ କରି କହିଛନ୍ତି ଯେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏହାର ନିର୍ଦ୍ଦେଶନାମାକୁ ପାଳନ କରିବା ପାଇଁ ସେମାନେ ଏକ କାର୍ଯ୍ୟନିର୍ବାହୀ ଟାସ୍କଫୋର୍ସ ଗଠନ କରିଛନ୍ତି। ଏକ ୧୭ ସଦସ୍ୟ ବିଶିଷ୍ଟ ଫ୍ଲାଇଙ୍ଗ ଟାସ୍କ ଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ ପ୍ରତ୍ୟେକ ଦିନ ସା ୬ ଟାରେ ରିପୋର୍ଟ ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ନେଇ ସୁପ୍ରିମକୋର୍ଟ ସନ୍ତୋଷ ବ୍ୟକ୍ତ କରିଛନ୍ତି।

Share