Categories: ଜାତୀୟ

ଘରେ ମଦ ରଖିବା ପାଇଁ ଦରକାର ଲାଇସେନ୍ସ

ଲକ୍ଷ୍ନୌ,୨୫ା୧- ଘରେ ଧାର୍ଯ୍ୟ ପରିିମାଣ ଠାରୁ ଆଉ ଅଧିକ ମଦ ରଖିପାରିବେ ନାହିଁ। ନିଜ ବାସଭବନରେ ଅଧିକ ମଦ ଷ୍ଟୋର କରିବା ପାଇଁ ଏବେ ଲାଇସେନ୍ସ ରଖିବା ବାଧ୍ୟତାମୂଳକ। ଏ ନେଇ ସୋମବାର ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଘୋଷଣା କରିଛନ୍ତି। ରାଜ୍ୟର ଏକ୍ସସାଇଜ ଗାଇଡ୍‌ଲାଇନ୍‌ରେ ନିକଟରେ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ନିୟମ ଅନୁଯାୟୀ, ଧାର୍ଯ୍ୟ ପରିପାଣଠୁ ଅଧିକ ମଦ କିଣିବା, ରପ୍ତାନୀ ଓ ବ୍ୟକ୍ତିଗତ ଭାବେ ରଖିବା ପାଇଁ ସରକାରଙ୍କ ଠାରୁ ଲାଇସେନ୍ସେ ନେବାକୁ ପଡ଼ିବ।

ବିନା ଲାଇସେନ୍ସରେ ଜଣେ ବ୍ୟକ୍ତି ଘରେ ୬ ଲିଟର ଭାରତରେ ପ୍ରସ୍ତୁତ ବିଦେଶୀ ଲିକର (ଆଇଏମ୍‌ଏଫ୍‌ଏଲ) ଷ୍ଟୋର କରିପାରିବେ। ଏଥିରେ ସଭିଙ୍କ ପସନ୍ଦର ହ୍ବିସ୍କି, ବ୍ରାଣ୍ଡି, ରମ୍‌, ହ୍ବାଇଟ୍‌ ରମ ଓ ଭୋଡ୍‌କା ବ୍ରାଣ୍ଡର ଲିକର ରହିଛି। ବିନା ଲାଇସେନ୍ସରେ ୩ ଲିଟର ଓ୍ବାଇନ ଓ ୭.୮ ଲିଟର ବିୟର ରଖିହେବ। ଲାଇସେନ୍ସ ବାବଦକୁ ବର୍ଷକୁ ଦେବାକୁ ପଡ଼ିବ ୧୨ ହଜାର ଟଙ୍କା। ଏଥି ପାଇଁ ୫୧ ହଜାର ଟଙ୍କାର ସିକୁରୁଟି ଡିପୋଜିଟ କଦେବାକୁ ପଡ଼ିବ।

Share