Posted inଜାତୀୟ

ପରିବାରର ୫ ଜଣଙ୍କୁ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା

ଲକ୍ଷ୍ନୌ,୨୪।୬: ଉତ୍ତରପ୍ରଦେଶରେ ମେନପୁରୀ ଜିନପଦର ପୋଲିସ ଷ୍ଟେଶନ କିଶନି ଅଞ୍ଚଳରେ ପରିବାରର ୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ବଡ଼ ଭାଇ। ଏହି ଘଟଣା ଘଟାଇବା ପରେ ବ୍ୟକ୍ତି ଜଣଙ୍କ ମଧ୍ୟ ନିଜକୁ ଗୁଳି କରିଦେଇଥିବା ଜଣାପଡିଛି। ତେବେ ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବାସହ ପୋଲିସ ଅଧୀକ୍ଷକ ପୁରା ଘଟଣାର ତୀକ୍ଷ୍ଣ ସମୀକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ସାରେ ଏଠାକାର ବାସିନ୍ଦା ସୋନୁ ଛଦ୍ମନାମ ଅରୁଣଙ୍କ ବରଯାତ୍ରୀ ଜନପଦ ଇଟାୱା ଜିଲାର ଗଙ୍ଗାପୁରରୁ ଫେରିଥିଲା। ସମସ୍ତେ ବିବାହ ଉତ୍ସବରେ ବ୍ୟସ୍ତ ରହି ଖାଦ୍ୟ ଖାଇବା ପରେ ଶୋଇପଡିଥିଲେ। ତା’ପରେ ରାତି ପ୍ରାୟ ୨ଟା ସମୟରେ ସୋନୁଙ୍କ ବଡ ଭାଇ ଶିବବୀର ନିଜ ଭାଇ ସୋନୁଙ୍କ ସମେତ ୫ ଜଣଙ୍କୁ କୁରାଢୀରେ ଆକ୍ରମଣ କରି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଏହା ପରେ ଶିବବୀର ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ, ଯେଉଁଥିପାଇଁ ସେ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏଥିସହ ମୃତ ଅଭିଯୁକ୍ତ ଶିବବୀର ତାଙ୍କ ପତ୍ନୀ ଡୋଲି ଏବଂ ମାଉସୀ ସୁଷମାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ, ଯେଉଁଥିରେ ଉଭୟ ଆହତ ହୋଇ ଚିକିତ୍ସାଧିନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମାନତ ହରାଇଛନ୍ତି ୮୫% ପ୍ରାର୍ଥୀ

ନାଗପୁର,୨୭ା୧୧:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୋଟ ୪,୧୩୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ମଧ୍ୟରୁ ୩,୫୧୫ ଜଣ ଇସିଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ଭୋଟ ଶେୟାର ହାସଲ କରିବାରେ...

ସୂଚନା କମିଶନ ପଦବୀ ୪ ସପ୍ତାହରେ ପୂରଣକର: କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ା୧୧(ପି.ଟି.):କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନ (ଏସ୍‌ଆଇସି)ରେ ଖାଲିପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ଓ ରାଜ୍ୟ...

‘ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କର’, ବାଂଲାଦେଶକୁ ଭାରତ ସରକାରଙ୍କ ଦାବି

ନୂଆଦିଲ୍ଲୀ, ୨୬।୧୧: ବାଂଲାଦେଶରେ ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରିକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ବୟାନ ଜାରି କରାଯାଇଛି। ଚିନ୍ମୟ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ କଲେ ରାହୁଲ ଗାନ୍ଧୀ-BJP ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୨୬।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାଜପା ପକ୍ଷରୁ ଏକ ଭିଡିଓ ଶେୟାର କରି ଏନେଇ ଅଭିଯୋଗ କରାଯାଇଛି।...

ସରକାରଙ୍କ ବଡ଼ ଘୋଷଣା, ୬୦ବର୍ଷ ବୟସ୍କଙ୍କୁ ପ୍ରତିମାସରେ ମିଳିବ ବାର୍ଦ୍ଧକ୍ୟ ଭତ୍ତା

ନୂଆଦିଲ୍ଲୀ,୨୬।୧୧: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ବିଶେଷକରି ବରିଷ୍ଠ ଜନସାଧାରଣଙ୍କ ପାଇଁ ସରକାର କରିଛନ୍ତି ବଡ଼ ଘୋଷଣା। ବାର୍ଦ୍ଧକ୍ୟ ଭତ୍ତା ନେଇ ରାଜ୍ୟ ସରକାର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲି’

ନୂଆଦିଲ୍ଲୀ,୨୬।୧୧: ପୁଣି ଥରେ ଝାଡ଼ଖଣ୍ଡରେ ସରକାର ଗଠନ କରିବାକୁ ଯାଉଛନ୍ତି ହେମନ୍ତ ସୋରେନ। ନଭେମ୍ବର ୨୮ରେ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ଏହା ପୂର୍ବରୁ...

ବାଲଟ ପେପରରେ ନିର୍ବାଚନ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୧୧: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବଦଳରେ ନିର୍ବାଚନରେ ​​ବାଲାଟ ପେପର ବ୍ୟବହାର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଚାରପତି ବିକ୍ରମ ନାଥ ଏବଂ ପି.ବି...

ରାହୁଲଙ୍କ ପଳାଇବ ନାଗରିକତ୍ୱ! କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬।୧୧: ଅଡୁଆରେ କଂଗ୍ରେସ ଏମପି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଚାଲି ଯାଇପାରେ ତାଙ୍କର ଭାରତୀୟ ନାଗରିକତା। ଏନେଇ କୋର୍ଟ ବଡ଼ ନିର୍ଦ୍ଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri