Categories: ଜାତୀୟ

କାରକୁ ଓଭରଟେକ୍‌ କରିବା ପାଇଁ ଜର୍ନାଲିଷ୍ଟଙ୍କୁ ପିଟି ପିଟି ହତ୍ୟା

ଲକ୍ଷ୍ନୌ,୨୭।୧: କାରକୁ ଓଭରଟେକ୍‌ କରିବା ପାଇଁ ଜଣେ ଜର୍ନାଲିଷ୍ଟଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ବୁଧବାର ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସାହାରାନପୁରରେ। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ୟୁପି ପୋଲିସ।

“ପୀଡ଼ିତଙ୍କୁ ସୁଧୀର ସାଇନୀ ଭାବେ ଚିହ୍ନଟ କରାଯାଇଛି। ତାଙ୍କ ଘର ଛିଲକାନା ଓ ପେଶାରେ ସେ ଜଣେ ରିପୋର୍ଟର ଥିଲେ। ସେ ବାଇକ୍‌ରେ ସାହାରାନପୁର ଆସୁଥିବା ବେଳେ ଏକ ଅଲ୍‌ଟୋ କାରକୁ ଓଭରଟେକ୍‌ କରିଥିଲେ, ଯେଉଁଥିରେ ୩ ବ୍ୟକ୍ତି ବସିଥିଲେ। ଏଥିଯୋଗୁ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଖବରଦାତାଙ୍କୁ ମାଡ଼ ମାରିବା ପରେ ୩ ଅଭିଯୁକ୍ତ ୁ ଫେରାର ହୋଇଯାଇ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାନରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି” ବୋଲି ଏସ୍‌ପି କହିଛନ୍ତି।

ଏହି ଘଟଣାର ସଜ୍ଞା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଜିଲା ପ୍ରଶାସନଠାରୁ ରିପୋର୍ଟ ତଲବ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।

Share