Categories: ଜାତୀୟ

ପୁଅ-ବୋହୂଙ୍କୁ ହତ୍ୟା କରି ଆସି ଶୋଇପଡିଲେ ବୃଦ୍ଧ

ଲକ୍ଷ୍ନୌ,୨୦।୫: ଉତ୍ତରପ୍ରଦେଶର କାନପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୭୪ ବର୍ଷୀୟ ବୃଦ୍ଧ ଶୋଇଥିବା ଅବସ୍ଥାରେ ପୁଅ-ବୋହୂଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ପୋଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୋଲିସ ସୂଚନା ମୁତାବକ, ୟୁପି କାନପୁରରେ ଦୀପ କୁମାର ତିୱାରୀ ନିଜ ପୁଅ(୨୭) ଓ ୨୫ ଏବଂ ବୋହୂ(୨୫) ସହ ରୁହନ୍ତି। ବର୍ଷେ ପୂର୍ବେ ପୁଅର ବାହାଘର ବହୁ ଧୂମ୍‌ଧାମରେ କରିଥିଲେ। ବିବାହ ପରେ ସମ୍ପତ୍ତି ଓ ଅନ୍ୟ କାରଣରୁ ବିବାଦ ଲାଗି ରହିଥିଲା। ଏଥିରେ ଅତିଷ୍ଠ ହୋଇ ଦୀପ ଆଇପିଏଲ ମ୍ୟାଚ ଦେଖି ଶୋଇଥିବା ପୁଅବୋହୂଙ୍କ ଗଳାକୁ ଛୁରି ଭୁସି ହତ୍ୟା କରିଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେ ଛୁରୀରେ ଲାଗିଥିବା ରକ୍ତ ଛିଟାକୁ ଧୋଇ ଦେଇ ନିଜ୍‌ ରୁମ୍‌ରେ ଯାଇ ଶୋଇ ପଡିଥିଲେ। ସ୍ଥାନୀୟ ଲୋକ ଏହି ଘଟଣାକୁ ନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀପଙ୍କୁ ପଚରାଉଚରା କରିଥିଲା। ପ୍ରଥମେ ସେ ଏହି ଘଟଣାକୁ ଅସ୍ବୀକାର କରିଥିଲେ। କିନ୍ତୁ ପରେ ସବୁକିଛି ମାନି ନେଇଥିଲେ। ପୋଲିସ ତାଙ୍କୁ ଗିରଫ କରିଛି। ପୁଅ-ବୋହୂଙ୍କୁ ହତ୍ୟା କରିଦେବା ପରେ ମଧ୍ୟ ବୃଦ୍ଧଙ୍କ ମନରେ ଆଦୌ ପଶ୍ଚାତାପ ମଧ୍ୟ ନାହିଁ। ସେ ଏହି ଘଟଣାକୁ ନେଇ ଆଦୌ ଦୁଃଖିତ ନ ଥିବା କହିଛନ୍ତି।

Share