Categories: ଜାତୀୟ

ଚକୋଲେଟ ଖାଇ ୪ଶିଶୁ ମୃତ

କୁଶୀନଗର,୨୩।୩: ଉତ୍ତରପ୍ରଦେଶର କୁଶୀନଗରରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏକାସାଙ୍ଗରେ ୪ଜଣଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ମୃତକ ମଧ୍ୟରେ ୨ଜଣ ପୁଅ ଓ ୨ଜଣ ଝିଅ ରହିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କସାୟା ଥାନା ଅଞ୍ଚଳର ସିସଇର ଲଠଊର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ୨ପରିବାର ୪ଜଣ ଶିଶୁଙ୍କ ବୁଧବାର ସକାଳେ ମୃତ୍ୟୁ ହୋଇଛି। ଘର ବାହାରେ ଚକୋଲେଟ ଓ ଟଙ୍କା ପଡ଼ିରହିଥିବା ବେଳେ ଏହାକୁ ଖାଇ ପିଲାଙ୍କ ଏଭଳି ଅବସ୍ଥା ହୋଇଛି ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି। ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ସେମାନଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପ୍ରଶାସନର ଅଫିସର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Share