Categories: ଜାତୀୟ

ପ୍ରେମିକଙ୍କ ସହ ସ୍ତ୍ରୀଙ୍କୁ ବିବାହ କରାଇଲେ ସ୍ବାମୀ

ଦେଓରିଆ,୨୪ା୯: ଉତ୍ତରପ୍ରଦେଶ ଦେଓରିଆ ଜିଲାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ବିବାହ କରାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଦେଓରିଆର ଦମ୍ପତି ବର୍ଷେ ତଳେ ବିବାହ କରିଥିଲେ। ହେଲେ ସ୍ତ୍ରୀଙ୍କ ପ୍ରେମ ସମ୍ପର୍କ ରହିଥିବା କଥା ସ୍ବାମୀ ଜାଣି ନ ଥିଲେ।

ହେଲେ ଶୁକ୍ରବାର ରାତିରେ ବିହାରର ଗୋପାଳଗଞ୍ଜରେ ରହୁଥିବା ପ୍ରେମିକ ଆକାଶ ଶାହା ମହିଳାଙ୍କୁ ଭେଟିବା ପାଇଁ ଶାଶୁଘରେ ପହଞ୍ଚି ଥିଲେ। ପରେ ଦୁହିଁଙ୍କ ପ୍ରେମ ସମ୍ପର୍କ ପଦାକୁ ଆସିଥିଲା। ସ୍ଥାନୀୟ ଲୋକେ ଏହା ଜାଣି ପ୍ରେମିକ ଆକାଶଙ୍କୁ ଧରି ନିସ୍ତିୁକ ମାଡ଼ ମାରିଥିଲେ।

ସେତିକିବେଳେ ଆକାଶ ମହିଳାଙ୍କ ସହ ତାଙ୍କର ଦୁଇ ବର୍ଷ ରିଲେଶନଶିପ୍‌ରେ ରହିଥିବା କହିଥିଲେ। ଏପରିକି ସେ ଅନ୍ୟ ଜଣକୁ ବିବାହ କରିବା ପରେ ମଧ୍ୟ ଆକାଶ ତାଙ୍କୁ ଭୁଲିପାରୁ ନ ଥିବା ଜଣାଇଥିଲେ। ପ୍ରେମିକ ସହ ତାଙ୍କୁ ଛାଡ଼ିଦେବାକୁ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ନିବେଦନ କରିଥିଲେ। ସ୍ବାମୀ ଏଥିରେ ରାଜି ହୋଇ ଉଭୟଙ୍କୁ ବିବାହ କରାଇଥିଲେ। ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share