Categories: ଜାତୀୟ

ଭାଇ-ଭାଉଜଙ୍କୁ ହତ୍ୟା କରିବା ପରେ କାଟିଦେଲେ ବର୍ଷକର ପୁତୁରାଙ୍କ ଗୋଡ଼, ହାତ

ଭାଡୋଇ, ୨୫।୫: ପାରିବାରିକ କଳହ ଯୋଗୁ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇ ଓ ଭାଉଜଙ୍କୁ ହତ୍ୟା କରିବା ପରେ ବର୍ଷକର ପୁତୁରାଙ୍କ ଗୋଡ଼ ଓ ହାତ କାଟି ଦେଇଛନ୍ତି। ଏଭଳି ହୃଦୟ ଥରାଇ ଦେଲା ଭଳି ଘଟଣା ଉତ୍ତର ପ୍ରଦେଶର ଭଦୋହି ଜିଲାରେ ଘଟିଛି। ତେବେ ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ପୋଲିସ ହାତରେ ଧରା ପଡ଼ିଛି।

ଭଦୋହି ଏସ୍‌ପି ରାମ ବଦନ ସିଂ କହିଛନ୍ତି, ରବିବାର ସନ୍ଧ୍ୟାରେ ଭାଇ ଜମିଲ (୪୨) ଓ ଭାଉଜ ରୁବି (୩୮)ଙ୍କୁ ଛୁରି ଭୁସି ଅତି ନିର୍ମମ ଭାବେ ହତ୍ୟା କରିଥିଲେ କାଜିୟାନା ବାସୀନ୍ଦା ନୌଶାଦ। ପେଶାରେ କସାଇ ନୌଶାଦ ପୁତୁରାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଏକ ବର୍ଷର ପୁତୁରା ଏବେ ମଧ୍ୟ ଜୀବନ ସହ ସଂଘର୍ଷ କରୁଛି।

Share