Categories: ଜାତୀୟ

୨ ମାସ ମଧ୍ୟରେ ବଳାତ୍କାର ପୀଡ଼ିତାଙ୍କୁ ମିଳିଲା ନ୍ୟାୟ

ଲକ୍ଷ୍ନୌ,୧୬।୩ : ଉତ୍ତର ପ୍ରଦେଶରେ ଏଟାଓ୍ବା ଜିଲାର ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଘଟଣାର ୫୫ ଦିନରେ ଆଜୀବନ କାରଦଣ୍ଡ ଶୁଣାଇଛନ୍ତି କୋର୍ଟ। ଆମ ଦେଶରେ ଏତେ ଶୀଘ୍ର ନ୍ୟାୟ ମିଳିବା ଘଟଣା ବୋଧହୁଏ ପ୍ରଥମ। ତେବେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ତଦନ୍ତ ଯୋଗୁ ଏହା ସମ୍ଭବ ହୋଇପାରିଛି।

ଲକ୍ଷ୍ନୌଠାରୁ ପଶ୍ଚିମରେ ୨୨୦ କିଲୋମିଟର ଦୂର ଏଟାଓ୍ବା ଜିଲାରୁ ଅରୁଣ କୁମାରଙ୍କୁ ଚଳିତ ବର୍ଷ ଜାନୁୟାରୀ ୧୯ ତାରିଖରେ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଆସିଥିଲା ୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ। ଶିଶୁଙ୍କୁ ଯୌନ ଉତ୍ପିଡନାରୁ ସୁରକ୍ଷା ଦେଉଥିବା ପୋକ୍‌ସୋ ଆଇନରେ ଅରୁଣଙ୍କୁ ଦଣ୍ଡିତ କରାଯାଇଛି। ତାଙ୍କୁ ଗିରଫ କରାଯିବାର ଦୁଇ ସପ୍ତାହ ମଧ୍ୟରେ ଏଟାଓ୍ବା ପୋଲିସ ଚାର୍ଜ ଶିଟ୍‌ ଦାଖଲ କରିଥିଲା। ଏହି ମାମଲାରେ ସାକ୍ଷୀମାନେ ସମୟରେ କୋର୍ଟରେ ହାଜର ହୋଇଥିଲେ ବୋଲି ଏଟାଓ୍ବା ପୋଲିସ ପକ୍ଷରୁ କୁହାଯାଇଛି। ଏ ନେଇ ଏଟାଓ୍ବା ପୋଲିସ ମୁଖ୍ୟ ଆକାଶ ତୋମାର ଟୁଇଟ୍‌ କରିଛନ୍ତି, ରେକର୍ଡ ସମୟରେ ନ୍ୟାୟ ମିଳିଛି।

Share