Categories: ଜାତୀୟ

ପ୍ରେମିକାଙ୍କ ଛାତ ଉପରୁ ମିଳିଲା ପ୍ରେମିକଙ୍କ ମୃତଦେହ

ବାନ୍ଦା,୩୦।୬: ପ୍ରେମିକାଙ୍କ ଛାତ ଉପରୁ ମିଳିଛି ପ୍ରେମିକଙ୍କ ମୃତଦେହ। ମୃତକଙ୍କ ବେକରେ ଗଭୀର କ୍ଷତ ଚିହ୍ନ ରହିଥିବା ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି।

ମୃତକଙ୍କ ନାମ କାର୍ତ୍ତିକ ସୋନି। ପ୍ରେମିକାଙ୍କ ବାପାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରେମିକାଙ୍କ ବାପା ୨୫ ବର୍ଷୀୟ କାର୍ତ୍ତିକଙ୍କୁ ବେକ ଚିପି ହତ୍ୟା କରିବା ପରେ ମୃତଦେହକୁ ଛାତ ଉପରେ ଫୋପାଡ଼ି ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କହିଛନ୍ତି ଏସ୍‌ପି ଅଭିନନ୍ଦନ।

Share