Categories: ଜାତୀୟ

ୟୁପି ମନ୍ତ୍ରୀ ସନାତନ ଧର୍ମକୁ ଅପମାନିତ କରିଥିଲେ

ଉତ୍ତରପ୍ରଦେଶ ରାମପୁରର ଲୋଧେଶ୍ୱର ମହାଦେବ ମନ୍ଦିରରେ ଥିବା ଶିବଲିଙ୍ଗ ଉପରେ ରାଜ୍ୟ ମନ୍ତ୍ରୀ ସତୀଶ ଶର୍ମା ହାତ ଧୋଉଥିବାର ଭିଡିଓ ଭାଇରାଲ ହେବା ପରେ ବିରୋଧୀ ଦଳଗୁଡ଼ିକ ଏହାର ନିନ୍ଦା କରିଛନ୍ତି। ମନ୍ଦିରର ପୂଜକ ସତୀଶଙ୍କୁ ଶିବଲିଙ୍ଗ ଆଧାରରେ ହାତ ଧୋଇବାରେ ସହାୟତା କରୁଥିବା ଭିଡିଓରୁ ଦେଖିବାକୁ ମିଳିଛି। ଭାଜପାକୁ ସମାଲୋଚନା କରିବା ପାଇଁ ଏହା ବିରୋଧୀ ଦଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ବଳ ଯୋଗାଇଛି। ୟୁପି ମନ୍ତ୍ରୀ ସନାତନ ଧର୍ମକୁ ଅପମାନିତ କରିଥିବା ୟୁପି କଂଗ୍ରେସ ସଭାପତି ଅଜୟ ରାୟ କହିଥିବାବେଳେ ସେ ଇସ୍ତଫା ଦିଅନ୍ତୁ ବୋଲି ଅନ୍ୟତମ କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ ଦାବି କରିଛନ୍ତି। ଭାଜପା ମନ୍ତ୍ରୀ ଶିବଙ୍କୁ ଅପମାନିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ସେ କହିଛନ୍ତି। ସେହିପରି ସମାଜବାଦୀ ପାର୍ଟି ନେତା ସୁନିଲ ସିଂ ସାଜନ କହିଛନ୍ତି, ଭିଡିଓର ଭାଜପାର ପ୍ରକୃତ ଚରିତ୍ର ଜଣାପଡ଼ିଛି। ଅଧର୍ମୀ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ସେ ଯୋଗୀଙ୍କୁ ଆହ୍ବାନ ଦେଇଛନ୍ତି।

Share