Categories: ଜାତୀୟ

ଯୋଗୀଙ୍କ କ୍ୟାବିନେଟରେ ୮ମହିଳାଙ୍କୁ ମିଳିପାରେ ମନ୍ତ୍ରୀପଦ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶ ସରକାରଙ୍କ ନୂଆ ମନ୍ତ୍ରୀଙ୍କ ନାମ ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ। ଅନେକ ପୁରୁଣା ମନ୍ତ୍ରୀଙ୍କୁ ନୂଆ କ୍ୟାବିନେଟରେ ସ୍ଥାନ ମିଳିପାରେ। କେତେକ ନୂଆ ଚେହେରା ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି। ଚଳିତ ଥର ଯୋଗୀ କ୍ୟାବିନେଟରେ ମହିଳାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ଚର୍ଚ୍ଚା ହେଉଛି। ନୂଆ କ୍ୟାବିନେଟରେ ୭ରୁ ୮ଜଣ ମହିଳା ମନ୍ତ୍ରୀ ହୋଇପାରନ୍ତି। ସୂଚନା ମୁତାବକ, ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରାୟ ୪୮ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି। ରାତି ପାହିଲେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ମାର୍ଚ୍ଚ ୨୫ ଅପରାହ୍ନ ୪ଟା ପରେ ୟୁପିରେ ୨.୦ ସମୟ ଆରମ୍ଭ ହୋଇଯିବ। ଚଳିତ ଥର ରାଜ୍ୟରେ ୨ଜଣ ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟବସ୍ଥା ରହିବ ବୋଲି ସୂଚନା ରହିଛି।

Share