Categories: ଜାତୀୟ

ଭୋଟ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୯।୫: ଉତ୍ତରପ୍ରଦେଶ ବିଧାନ ପରିଷଦର ଦୁଇଟି ଖାଲିଥିବା ଆସନ ପାଇଁ ସୋମବାର ସକାଳେ ମତଦାନ ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ଦୁଇ ପ୍ରାର୍ଥୀ ଏବଂ ସମାଜବାଦୀ ପାର୍ଟି (ଏସପି)ର ଦୁଇ ପ୍ରାର୍ଥୀ ଏହି ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇଥିଲା। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ମତଦାନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ ଏବଂ ଭୋଟ ଗଣତି ଅପରାହ୍ନ ୬ଟାରୁ ଆରମ୍ଭ ହେବ।

ଜଣେ ଅଧିକାରୀ କହିଛନ୍ତି ଯେ ସକାଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନାଙ୍କ ସମେତ ବହୁ ମନ୍ତ୍ରୀ ଏବଂ ବିଧାନସଭା ସଦସ୍ୟ ଭୋଟ ଦେଇଛନ୍ତି। ସୋମବାର ସା ସୁଦ୍ଧା ଭୋଟ ଫଳାଫଳ ଘୋଷଣା ହେବାର ସମ୍ଭାବନା ରହିଛି। ବିଧାନସଭାରେ ସାଂଖ୍ୟା ବଳ ଅନୁଯାୟୀ ଭାଜପା ପ୍ରାର୍ଥୀଙ୍କ ବିଜୟ ପ୍ରାୟ ନିଶ୍ଚିତ ବୋଲି ଅନୁମାନ କରାଯାଉଛି।

Share