Categories: ଜାତୀୟ

ବୁଲ୍‌ଡୋଜରରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ

ଅଗ୍ରୋ,୨୧।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନରେ ଲଗାତର ଦ୍ୱିତୀୟ ଥର ପାଇଁ ବହୁମତରେ ବିଜୟ ହେବା ପରେ ଭାଜପା ପୁଣି ଥରେ କ୍ଷମତାକୁ ଫେରିଛି। ଇତିମଧ୍ୟରେ ଭାଜପାରେ ବର୍ତ୍ତମାନ ବୁଲ୍‌ଡୋଜର ଚର୍ଚ୍ଚାରେ ରହିଛି। କାରଣ ଉତ୍ତରପ୍ରଦେଶ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାହୁବଳୀଙ୍କ ସମ୍ପତ୍ତି ଉପରେ ବୁଲ୍‌ଡୋଜର ଚଳାଇବାକୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠାଇଥିଲେ। ବର୍ତ୍ତମାନ ଏହି ବୁଲ୍‌ଡୋଜର ୟୁପିରେ ଭାଜପା ନେତାଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏହିକ୍ରମରେ ବିଧାନ ପରିଷଦ ସ୍ଥାନୀୟ ସଂସ୍ଥା ନିର୍ବାଚନ ଲାଗି ଜଣେ ଭାଜପା ନେତା ବୁଲ୍‌ଡୋଜର ଉପରେ ବସି ନାମାଙ୍କନ ପତ୍ର ଦାଖଲ ପାଇଁ ଜିଲାପାଳଙ୍କ ଅଫିସ୍‌ରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋବକୁ ଲାଗିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଆଗ୍ରାରେ ବିଧାନ ପରିଷଦ ସଦସ୍ୟ ପଦ ଲାଗି ଭାଜପା ନେତା ବିଜୟ ଶିବହରେ ସେମାବାର କୌଣସି ଗାଡ଼ି ବଦଳରେ ଏକ ବୁଲ୍‌ଡୋଜର ଉପରେ ବସି ନିଜର ହଜାର ହଜାର ସମର୍ଥକଙ୍କ ସହ ଜିଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ କର୍ମକର୍ତ୍ତାମାନେ ବୁଲ୍‌ଡୋଜର ସହିତ ଫଟୋ ଉଠାଇବା ସହ ‘ବୁଲ୍‌ଡୋଜର ବାବା’ ବୋଲି ସ୍ଲୋଗାନ ଦେଇଥିଲେ।

Share