Categories: ଜାତୀୟ

ଦାଢି ନ କାଟିବାରୁ ନିଳମ୍ବିତ ହେଲେ ସବ୍‌ଇନ୍ସପେକ୍ଟର

ଲକ୍ଷ୍ନୌ,୨୨।୧୦-ଦାଢି ନ କାଟିବା ଯୋଗୁ ନିଳମ୍ବିତ ହୋଇଛନ୍ତି ଉତ୍ତରପ୍ରଦେଶ ବାଗପାଟ ରାମାଲା ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ଇନ୍ତସାର ଅଲି। ଏ ନେଇ ଏସ୍‌ପି ଅଭିଷେକ ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶିଖ ସମ୍ପ୍ରଦାୟର ପୋଲିସ କର୍ମଚାରୀଙ୍କୁ ଛାଡିଦେଲେ ଅନ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଦାଢ଼ି ରଖିବାର ଅନୁମତି ନାହିଁ। ଯଦି କେହି ରଖିବାକୁ ଚାହିଁବେ ତାହେଲେ ତାଙ୍କୁ ପ୍ରଶାସନର ଅନୁମତି ନେବାକୁ ପଡିଥାଏ। କିନ୍ତୁ ଇନ୍ତସାର ଅଲି ବିନା ଅନୁମତିରେ ଦାଢ଼ି ରଖିଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ପ୍ରକାଶ ଯେ, ନିଲମ୍ବିତ ପୂର୍ବରୁ ଇନ୍ତସାରଙ୍କୁ ୩ଥର ଏ ନେଇ ଚେତାବନୀ ଦିଆଯାଇଥିଲା। ମାତ୍ର ସେ ଦାଢି ରଖିଥିବା ଅଭିଯୋଗ ହୋଇଥିଲା।

Share