Categories: ଜାତୀୟ

ଗଛରେ ବାନ୍ଧି ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିଥିଲେ

ମୀରଟ, ୧୮ା୬: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲାରେ ଜଣେ ମୁସଲମାନ ଯୁବକଙ୍କୁ ଚୋରି ଅଭିଯୋଗରେ ଗଛରେ ବାନ୍ଧି ମାଡ଼ ମାରିବା ସହ ତାଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୧୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଯୁବକଙ୍କ ଭଉଣୀ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।

ମହମ୍ମଦ ସାହିଲ ଖାନ୍‌ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ମୋବାଇଲ ଫୋନ୍‌ ଚୋରି କରିଥିବା ସନ୍ଦେହ କରି ସାହିଲଙ୍କୁ ୩ଜଣ ଯୁବକ ମାଡ଼ ମାରିବା ସହ ଲଣ୍ଡା କରି ଗଛରେ ବାନ୍ଧି ଦେଇଥିଲେ। ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ମାଡ଼ ଖାଇଥିବା ସାହିଲଙ୍କୁ ଗିରଫ କରି ୧୫ ତାରିଖରେ ଜେଲ ପଠାଇଥିଲା। ଏପରିକି ଆକ୍ରମଣକାରୀମାନଙ୍କୁ ଛାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ ମାହିଲଙ୍କ ଭଉଣୀ ଏସ୍‌ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣାରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି।

Share