Categories: ଜାତୀୟ

ଅଖିଳେଶ, ମାୟାବତୀଙ୍କୁ ବଡ ଝଟକା ଦେଲେ ଓମ ପ୍ରକାଶ ରାଜଭର

ଲକ୍ଷ୍ନୌ,୧୨।୪: ଉତ୍ତର ପ୍ରଦେଶର ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ ଝଡ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଭାସପା ମୁଖ୍ୟ ଓମପ୍ରକାଶ ରାଜଭର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବିଏସପି ମୁଖ୍ୟ ମାୟାବତୀଙ୍କୁ ବଡ ଝଟକା ଦେଇଛନ୍ତି। ଉଭୟ ଦଳର କେତେଜଣ ନେତା ସୁଭାସପାରେ ଜଏନ କରିଯାଇଛନ୍ତି। ନଗର ନିଗମ ନିର୍ବାଚନ ପୂର୍ବରୁ ଓମ ପ୍ରକାଶ ରାଜଭରଙ୍କ ଦଳ ବିଏସପି ଓ ସମାଜବାଦୀ ପାର୍ଟି ମଧ୍ୟରେ ଏକ ବଡ ଫାଟ ସୃଷ୍ଟି କରିଛି। ଏସପି ଓ ବିଏସପିର ବହୁ ନେତା ବୁଧବାର ସୁଭାସପାରେ ଯୋଗ ଦେଇଛନ୍ତି। ଓମ ପ୍ରକାଶ ରାଜଭର ନିଜେ ଏସବୁ ନେତାଙ୍କୁ ସୁଭାସପାରେ ଅନ୍ତର୍ଭୁକ୍ତ କରିଛନ୍ତି। ପ୍ରୟାଗରାଜରୁ ମହେଶ ପ୍ରଜାପତି, ଗାଜିଆବାଦରୁ ଦୟାରାମ ଭାର୍ଗବ, କାନପୁରରୁ ରମେଶ ରାଜଭର ଓ ବାରାଣସୀରୁ ଆନନ୍ଦ ତିଓ୍ବାରୀଙ୍କ ସମେତ ଆଉ କେତେଜଣ ନେତା ସୁଭାସପାରେ ସାମିଲ େହୋଇଛନ୍ତି।

Share