Categories: ଜାତୀୟ

ପଞ୍ଚାୟତ ନିର୍ବାଚନ ଦାୟିତ୍ୱରେ ଥିବା ୧୩୫ ଶିକ୍ଷକଙ୍କ ମୃତ୍ୟୁ: ହାଇକୋର୍ଟଙ୍କ ପ୍ରଶ୍ନ ଏଥିପାଇଁ ଦାୟୀ କିଏ

ଲକ୍ଷ୍ନୌ,୨୮।୪: ଉତ୍ତର ପ୍ରଦେଶରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନା ସଙ୍କଟ ମଧ୍ୟରେ ପଞ୍ଚାୟତ ନିର୍ବାଚନ ଦାୟିତ୍ୱରେ ଥିବା ୧୩୫ ଶିକ୍ଷକଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଶିକ୍ଷକଙ୍କ ମୃତ୍ୟୁକୁ ନେଇ ଇହ୍ଲାବାଦ୍‌ ହାଇକୋର୍ଟ ରାଜ୍ୟ ନିର୍ବାଚନ କମିଶନଙ୍କୁ ଏକ ନୋଟିସ ପଠାଇଛନ୍ତି। ଏହାସହ ହାଇକୋର୍ଟ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ସମୟରେ କୋଭିଡ ନିୟମ ଲାଗୁ ନ କରିବାକୁ ନେଇ ନିର୍ବାଚନ କମିଶନ ଏବଂ ଏହାର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା କାହିଁକି କରାଯିବ ନାହିଁ। ଏତେ ଜୀବନ ଯିବା ପାଇଁ ଦାୟୀ କିଏ ବୋଲି ଇସିଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ, ଏକ ରିପୋର୍ଟ ମୁତାବକ ୟୁପିରେ ପଞ୍ଚାୟତ ନିର୍ବାଚନ ବେଳେ ଡ୍ୟୁଟି କରିଥିବା ୧୩୫ ଶିକ୍ଷକ, ଶିକ୍ଷାମିତ୍ର ଏବଂ ଅନୁଦେଶକଙ୍କ ମୃତ୍ୟୁ ଘଟିଛି।

Share