Categories: ଜାତୀୟ

ନିର୍ବାଚନ ପ୍ରଚାର ପାଇଁ କୁକୁର ଦେହରେ ମାରିଲେ ପୋଷ୍ଟର

ରାଇ ବରେଲି, ୧୩ା୪- ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ଖୁବ୍‌ ଅନନ୍ୟ ଓ ଅଦ୍ଭୁଦ ଉପାୟ ଆପଣେଇବା କିଛି ନୂଆ କଥା ନୁହେଁ। କିନ୍ତୁ ନିର୍ବାଚନ ପ୍ରଚାର ଲାଗି ମାନବିକତା ଭୁଲି କୁକୁରଙ୍କ ବ୍ୟବହାର କରିବା କେଉଁ ଆଡ଼ୁ ଠିକ୍‌? ତେବେ ଏ ପ୍ରଶ୍ନ ଆମର ନୁହେଁ। କୁକୁର ଦେହରେ ପୋଷ୍ଟର ଲାଗିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସମାନେ ଏହି ପ୍ରଶ୍ନ କରୁଛନ୍ତି।

ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନ ଲାଗି ବୁଲା କୁକୁରଙ୍କ ଦେହରେ ପୋଷ୍ଟର ଲଗାଇ ପ୍ରଚାର କରୁଛନ୍ତି ଦୁଇ ଜଣ ପ୍ରାର୍ଥୀ। ଜଣେ ପ୍ରାର୍ଥୀ ରାଇ ବରେଲିର ହୋଇଥିବାବେଳେ ଅନ୍ୟ ଜଣେ ବାଲିଆ ଜିଲାର।

ଜଣେ ପ୍ରାର୍ଥୀ ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି, ଆଦର୍ଶ ଆଚରଣ ସଂହିତାରେ ବୁଲା କୁକୁରଙ୍କ ଦ୍ୱାରା ପ୍ରଚାର କରାଯାଇପାରିବ ନାହିଁ ବୋଲି ଉଲ୍ଲେଖ ନାହିଁ। ଆମେ ପଶୁଙ୍କ କୌଣସି ପ୍ରକାର କ୍ଷତି କରୁ ନାହୁଁ। ଆମେ କୁକୁରଙ୍କୁ ପ୍ରତ୍ୟେକ ଦିନ ଖାଇବାକୁ ଦେଉଛୁ। ଆଉ ଏଭଳି ଉପାୟ ଦ୍ୱାରା ହିଁ ମତଦାତା ଆକୃଷ୍ଟ ହୁଅନ୍ତି।

Share