Categories: ଜାତୀୟ

‘ବିବାହ ପରେ ଖୁସିଖବର ପାଇଁ ୧୫ ଦିନ ଛୁଟି ଦିଅନ୍ତୁ’

ଲକ୍ଷ୍ନୌ,୧।୮: କାର୍ଯ୍ୟ ଚାପ, ପରିବାରଠାରୁ ଦୂରତା କିମ୍ବା ଅନ୍ୟାନ୍ୟ କାରଣ ପାଇଁ ନିହାତି କାର୍ଯ୍ୟ କ୍ଷେତ୍ରରୁ ଛୁଟି ନେବା ଆବଶ୍ୟକ ପଡିଥାଏ। ଆଜିକାଲି ପୋଲିସ ବିଭାଗରେ ଛୁଟି ନ ମିଳିବାକୁ ନେଇ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଛୁଟି ପାଇଁ କର୍ମଚାରୀମାନେ ଅଜବ କାରଣ ମଧ୍ୟ ଦର୍ଶାଉଥିବା ଦେଖାଯାଇଛି। ଉତ୍ତରପ୍ରଦେଶର ବାଲିଆ ଜିଲାରେ ଡାଏଲ ୧୧୨ରେ ପୋଷ୍ଟ କରାଯାଇଥିବା ଜଣେ ପୋଲିସ କନଷ୍ଟେବଳ ଛୁଟି ପାଇଁ ଏକ ଅନନ୍ୟ ଆବେଦନ କରିଛନ୍ତି। ଏଥିରେ କନଷ୍ଟେବଳ ତାଙ୍କ ଅଧିକାରୀଙ୍କୁ ଲେଖିଛନ୍ତି ଯେ, ବିବାହକୁ ସାତ ମାସ ବିତିଗଲାଣି, ଏପର୍ଯ୍ୟନ୍ତ କୌଣସି ‘ଖୁସି ଖବର’ ମିଳିନାହିଁ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରୁଛି। ତେଣୁ ଦୟାକରି ୧୫ ଦିନ ଛୁଟି ଦିଅନ୍ତୁ। ଏହି ଆବେଦନ ଫର୍ମ ବର୍ତ୍ତମାନ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ,ରାଜ୍ୟର ଅନେକ ସ୍ଥାନରେ ସାମ୍ପ୍ରଦାୟିକ ହିଂସା, ଛୋଟ ବଡ଼ ନିର୍ବାଚନ, ବିଭିନ୍ନ ଉତ୍ସବ ଯୋଗୁ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଥିଲା। ଏହାକୁ ନେଇ କବର୍ମଚାରୀଙ୍କ ମଧ୍ୟ ଅସନ୍ତୋଷ ବଢିଛି।

Share