ଲକ୍ଷ୍ନୌ, ୬ା୫ : ରାଜ୍ୟରେ ଅକ୍ସିଜେନ ଅଭାବ ଥିବା ମାନିବାକୁ ନାରାଜ ଯୋଗୀ ଆଦିତ୍ୟନାଥଙ୍କ ସରକାର। ଲକ୍ଷ୍ନୌର ଏକ ହସ୍ପିଟାଲରେ ଅକ୍ସିଜେନ ଅଭାବ ନେଇ ନୋଟିସ ଜାରି କରାଯିବାରୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଉତ୍ତର ପ୍ରଦେଶ ପୋଲିସ।
ଅକ୍ସିଜେନ ସିଲିଣ୍ଡର କଳା ବଜାର ଓ ଗୁଜବ ପ୍ରଚାର ଉଦ୍ଦେଶ୍ୟରେ ସନ ହସ୍ପିଟାଲର ନିର୍ଦ୍ଦେଶକ ଅଖିଳେଶ ୫ ତାରିଖରେ ନୋଟିସ ଜାରି କରିଥିବା ପାଲିସ ପକ୍ଷରୁ ଦାବି କରାଯାଇଛି। ଏହା ଦ୍ୱାରା ହସ୍ପିଟାଲ ଅଧିକାରୀ କୋଭିଡ୍-୧୯ ପ୍ରୋଟୋକଲ ଭଙ୍ଗ କରିଥିବା ଅଭିଯୋଗ ହୋଇଛି।
ତେବେ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ଉଲ୍ଲେଖ କରାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଆମକୁ ଯଥେଷ୍ଟ ପରିମାଣର ଅକ୍ସିଜେନ ଯୋଗାଇ ଦିଆଯାଉ ନାହିଁ। ଏଣୁ ଅକ୍ସିଜେନ ସପୋର୍ଟରେ ଥିବା ରୋଗୀଙ୍କ ପରିବାରବର୍ଗଙ୍କୁ ଆମେ ଅନୁରୋଧ କରୁଛୁ, ସେମାନେ ଅନ୍ୟତ୍ର ବ୍ୟବସ୍ଥା କରନ୍ତୁ। ତ୍ରୁଟି ପାଇଁ ଆମେ ଦୁଃଖିତ।