ସମ୍ବଲପୁରରେ ୟୁପି ପୋଲିସ ଟିମ୍‌କୁ ନେଇ ଚର୍ଚ୍ଚା

ସମ୍ବଲପୁର,୨୧ା୪(ବ୍ୟୁରୋ): ଉତ୍ତରପ୍ରଦେଶ ପ୍ରୟାଗରାଜର ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ତଥା ଗୁଳିମାଡ଼ରେ ମୃତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ସହଯୋଗୀଙ୍କ ଗୁଡ୍ଡୁ ମୁସଲିମ୍‌ ଦୀର୍ଘଦିନ ହେବ ଫେରାର ଅଛନ୍ତି। ଉତ୍ତରପ୍ରଦେଶ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରି ଗୁଡ୍ଡୁଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି। ଏହି ପୋଲିସ ଟିମ୍‌ ସମ୍ବଲପୁର ଜିଲାର କେତେକ ସ୍ଥାନରେ ଚଢାଉ କରିଥିବା ନେଇ ଆଲୋଚନା ହେଉଛି। ତେବେ ଏହି ଘଟଣାକୁ ସମ୍ବଲପୁର ପୋଲିସ ଅସ୍ବୀକାର କରିଛି। ଜିଲାର ଧନୁପାଲି ଓ ରେଙ୍ଗାଲି ଥାନା ଅଞ୍ଚଳରେ ଏହି ଟିମ୍‌ ଚଢାଉ କରିଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ବରଗଡ଼ ଜିଲାର ସୋହେଲା ଅଞ୍ଚଳରେ ମଧ୍ୟ ଏହି ଟିମ୍‌ ଚଢାଉ କରିଥିବା କୁହାଯାଉଛି।

Share