ଲକ୍ଷ୍ନୌ,୨୫।୪: ଉମେଶ ପାଲ ହତ୍ୟା ଘଟଣାରେ ଅତିକ ଅହମଦଙ୍କ ଓକିଲ ସୌତଲ ହନିଫଙ୍କ ଅଡୁଆ ବଢିବାରେ ଲାଗିଛି। ସୌତଲଙ୍କୁ ପୋଲିସ କଷ୍ଟଡିରେ ନେବାକୁ ଯୋଜନା କରୁଛି। କାରଣ ମାମଲାର ଯାଞ୍ଚ କରିବା ସମୟରେ ପୋଲିସ ଜାଣିବାକୁ ପାଇଛି କି ତାଙ୍କ ଫୋନରୁ ଅସଦଙ୍କୁ ଉମେଶ ପାଲଙ୍କ ଫଟୋ ପଠାଯାଇଥିଲା।
ସୌତଲ, ହନିଫ ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରୟାଗରାଜର ନୌନି ଜେଲରେ ଆଜୀବନ କାରାଦଣ୍ଡ ଭୋଗ କରୁଥିଲେ। ତାଙ୍କୁ ଉମେଶ ପାଲ ଅପହରଣ ମାମଲାରେ ଆଜୀବନ କାରାଦଣ୍ଡ ହୋଇଥିଲା। ଏବେ ପ୍ରୟାଗରାଜରେ ଧୁମନଗଞ୍ଜ ଥାନାର ପୋଲିସ ସୌତଲଙ୍କୁ ଉମେଶ ପାଲ ହତ୍ୟାକାଣ୍ଡରେ ଅପରାଧିଙ୍କୁ ହତ୍ୟା କରିବାର ଯୋଜନା କରିବା ଓ ସୁଟରଙ୍କୁ ସାହାଯ୍ୟ କରିବାକୁ ନେଇ ଅଭିଯୋଗ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଅଶରଫଙ୍କ ଶଳା ପୋଲିସକୁ ଲୁଚି ଦୁବଇ ଚାଲିଯାଇଛନ୍ତି। ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ସେ ପଶ୍ଚିମବଙ୍ଗର କୌଣସି ବିମାନ ବନ୍ଦରରୁ ଦୁବଇ ଚାଲିଯାଇଛନ୍ତି। ସେ ୨୫ ହଜାର ଟଙ୍କିକା ପୁରସ୍କାର ଘୋଷରା ହୋଇଥିବା ଆସାମି। ସଦ୍ଦାମ ବରେଲି ଜିଲାରେ ଅଶରଫଙ୍କ ସହ ସାକ୍ଷାତ୍ କରୁଥିଲେ ଓ ଅତିକଙ୍କ ହତ୍ୟା ପରେ ସେ ଦେଶଛାଡି ଚାଲିଯାଇଛନ୍ତି।