Categories: ଜାତୀୟ

ଆକ୍ସନ ମୁଡରେ ଯୋଗୀ: ପୁଣି ସକ୍ରିୟ ହେବ ଆଣ୍ଟି ରୋମିଓ ସ୍କାର୍ଡ

ଲକ୍ଷ୍ନୌ,୧ ।୪: ଉତ୍ତର ପ୍ରଦେଶର ଦ୍ୱିତୀୟଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିବା ଯୋଗି ଆଦିତ୍ୟନାଥ ଏବେ ଆକ୍ସନ ମୁଡରେ । ନବରାତ୍ରୀ ମଧ୍ୟରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏକ ବଡ ବୈଠକ ବସିଛି । ଯୋଗୀ ଉଚ୍ଚ ଅଧିକାରୀମାନଙ୍କୁ ନବରାତ୍ରୀ ସମୟରେ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ପୋଲିସ ଅଧିକାରୀଙ୍କୁ ସମସ୍ତ ସ୍କୁଲ ଓ କଲେଜ ବାହାରେ ଆଣ୍ଟି ରୋମିଓ ସ୍କାର୍ଡକୁ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନବରାତ୍ରି ଶନିବାରଠାରୁ ଆରମ୍ଭ ହେଉଥିବା ବେଳେ ଏହାର ଗୋଟିଏ ଦିନ ପୂର୍ବରୁ ମହିଳା ସୁରକ୍ଷାକୁ ନେଇ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି । କେବଳ ଆଣ୍ଟି ରୋମିଓ ସ୍କାର୍ଡ ନୁହେଁ ବରଂ ଭିଡ ଥିବା ବଜାର ସ୍ଥାନରେ ପୋଲିସର ଏକ ଟିମ ଫୁଟ ପାଟ୍ରୋଲିଂ ବି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ଜଣେ ମହିଳା ଯେମିତି କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ।

Share