Categories: ଜାତୀୟ

ୟୁପି ପ୍ରିନ୍ସିପାଲ୍‌ ହତ୍ୟା ମାମଲା: ଆଇଏସ୍‌ ସମର୍ଥକ ଦୋଷୀସାବ୍ୟସ୍ତ

ନୂଆଦିଲ୍ଲୀ,୫ା୯: ଉତ୍ତରପ୍ରଦେଶର ଜଣେ ଅବସରପ୍ରାପ୍ତ ହାଇସ୍କୁଲ୍‌ ପ୍ରିନ୍ସିପାଲ୍‌ଙ୍କୁ ହତ୍ୟା ମାମଲାରେ ଲକ୍ଷ୍ନୌର ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟ ଆଇଏସ୍‌ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତ ୨ ଉଗ୍ରପନ୍ଥୀଙ୍କୁ ଦୋଷୀସାବ୍ୟସ୍ତ କରିଛି। ୭ ବର୍ଷ ପୂର୍ବେ କାନ୍‌ପୁରର ପୂର୍ବତନ ସ୍କୁଲ୍‌ ପ୍ରିନ୍ସପାଲ ରାମବାବୁ ଶୁକ୍ଳାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ କାନପୁରର ଅତିଫ ମୁଜାଫର ଏବଂ ମହମ୍ମଦ ଫୋଜଲ ଖାନ୍‌ ଗିରଫ ହୋଇଥିଲେ। ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ଲାଗି ଶୁକ୍ଳାଙ୍କୁ ହତ୍ୟା କରାଯିବା ପଛରେ ଆଇଏସ୍‌ର ଷଡ଼ଯନ୍ତ୍ର ଥିବା ଏନ୍‌ଆଇଏ ଦର୍ଶାଇଥିଲା। ମାମଲାର ତୃତୀୟ ଅଭିଯୁକ୍ତ ମହମ୍ମଦ ସୈଫୁଲ୍ଲା ୨୦୧୭ ମାର୍ଚ୍ଚ ୭ରେ ଉତ୍ତରପ୍ରଦେଶର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ ଗୁଳିରେ ନିହତ ହୋଇଥିଲେ। ଦୋଷୀସାବ୍ୟସ୍ତ ଅତିଫ ଏବଂ ମହମ୍ମଦ ଫୈଜଲ ଖାନ୍‌ଙ୍କୁ ଆସନ୍ତା ୧୧ ତାରିଖରେ ଅଦାଲତ ଦଣ୍ଡବିଧାନ କରିବେ।

Share