Categories: ଜାତୀୟ

ସ୍ମୃତି ଇରାନୀଙ୍କ ଉପରେ ପୋଷ୍ଟ କରି ଫସିଲେ ପ୍ରଫେସର

ଫିରୋଜାବାଦ,୨୧।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ଅପମାନଜନକ ଫେସବୁକ୍‌ ପୋଷ୍ଟ କରି ଫସଛନ୍ତି ୟୁପିର ଜଣେ ପ୍ରଫେସର। ଉତ୍ତର ପ୍ରଦେଶର ଫିରୋଜାବାଦ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଅଭିଯୁକ୍ତଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

ଅତିରିକ୍ତ ସେସନ୍ସ ଜଜ୍‌ ଅନୁରାଗ କୁମାରଙ୍କ ଆଗରେ ମଙ୍ଗଳବାର ଆତ୍ମସମର୍ପଣ କରିବା ସହ ପ୍ରଫେସର ଶାହାରୟାର ଅଲି ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦିଆଯାଇଛି।

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଇରାନୀଙ୍କ ଉପରେ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିଥିଲେ ଏସ୍‌ଆରକେ କଲେଜର ଇତିହାସ ବିଭାଗର ପ୍ରଫେସର ଶାହାରୟାର ଅଲି। ଏଥି ନେଇ ତାଙ୍କ ବିରୋଧରେ ଗତ ମାର୍ଚ୍ଚରେ ମାମଲା ଦାୟର କରିଥିଲା ଫିରୋଜାବାଦ ପୋଲିସ। ଏଥି ଯୋଗୁ ତାଙ୍କୁ କଲେଜରୁ ମଧ୍ୟ ସସ୍‌ପେଣ୍ଡ କରାଯାଇଛି। ପୂର୍ବରୁ ଶାହାରୟାରଙ୍କୁ ଗିରଫରୁ ସୁରକ୍ଷା ଦେବାକୁ ମନା କରି ଦେଇଥିଲେ ସୁପ୍ରିମକୋର୍ଟ।

Share