Posted inଖେଳ

ମୁମ୍ବାଇ ବିଜୟରେ ବ୍ରେକ୍‌ ଲଗାଇଲା ୟୁପି

ବେଙ୍ଗାଲୁରୁ, ୨୯।୨: ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ବୁଧବାର ଅନୁଷ୍ଠିତ ଏକ ମ୍ୟାଚରେ ୟୁପି ଓ୍ବାରିଅର୍ଜ ୭ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ହିଲି ମାଥ୍ୟୁସଙ୍କ ଅର୍ଦ୍ଧଶତକ ସହାୟତାରେ ମୁମ୍ବାଇ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୬୧ ରନ କରିଥିଲା। ଜବାବରେ କିରନ ନଭଗିରେଙ୍କ ଅର୍ଦ୍ଧଶତକ ସହାୟତାରେ ୟୁପି ୧୬.୩ ଓଭରରେ ୩ ଉଇକେଟ ହରାଇ ୧୬୩ ରନ ସଂଗ୍ରହ କରି ନେଇଥିଲା। ବିଜୟ ସହ ୟୁପି ଦଳ ମୁମ୍ବାଇର କ୍ରମାଗତ ୩ ବିଜୟରେ ବ୍ରେକ୍‌ ଲଗାଇଛି। ଏହା ପୂର୍ବରୁ ୨ଟି ମ୍ୟାଚରେ ମୁମ୍ବାଇ ବିଜୟୀ ହୋଇଥିଲା। ହରମନପ୍ରୀତ କୌର ଆହତ ଥିବାରୁ ତାଙ୍କ ସ୍ଥାନରେ ନାଟ୍‌ ସ୍କିଭର ବ୍ରଣ୍ଟ ୟୁପି ବିପକ୍ଷ ମ୍ୟାଚରେ ମୁମ୍ବାଇ ପକ୍ଷରୁ ଅଧିନାୟିକା ଦାୟିତ୍ୱ ତୁଲାଇଥିଲେ। ୟୁପି ପକ୍ଷରୁ ନଭଗିରେ ୩୧ ବଲ୍‌ରୁ ସର୍ବାଧିକ ୫୭ ରନ କରିଥିବାବେଳେ ଗ୍ରେସ ହାରିସ ୧୭ ବଲ୍‌ରୁ ୩୮ ରନରେ ଅପରାଜିତ ରହିଥିଲେ।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଓପନିଂ ଯୋଡ଼ିରେ ୫୦ ରନ ଯୋଗକରି ଭଲ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲା। ୟାସ୍ତିକା ଭାଟିଆ ୨୬ ରନ କରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। କାମଚଳା ଅଧିନାୟିକା ବ୍ରଣ୍ଟ ୧୪ ବଲ୍‌ରୁ ୧୯ ରନକରି ରନ୍‌ଆଉଟ ହେବା ଦଳକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ଓପନର ହିଲି ମାଥ୍ୟୁସ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ଦଳ ପକ୍ଷରୁ ସର୍ବାଧିକ ୫୫ ରନ ସ୍କୋର କରିଥିଲେ। ୟୁପିର ୩ ମ୍ୟାଚରୁ ଏହାଥିଲା ପ୍ରଥମ ବିଜୟ।

ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୬୧/୬ (ହିଲି ମାଥ୍ୟୁସ-୫୫, ୟାସ୍ତିକା ଭାଟିଆ-୨୬, ଅଞ୍ଜଳି ସର୍ଭାନି-୧/୩୮, ଗ୍ରେସ ହାରିସ-୧/୨୦, ସୋଫି ଏକଲେଷ୍ଟୋନ-୧/୨୫, ଦୀପ୍ତି ଶର୍ମା-୧/୪୦, ରାଜେଶ୍ୱରୀ ଗାଏକ୍ୱାଡ୍‌-୧/୩୮)। ୟୁପି ଓ୍ବାରିଅର୍ଜ ୧୬.୩ ଓଭରରେ ୧୬୩/୩ (କିରନ ନଭଗିରେ-୫୭, ଗ୍ରେସ ହାରିସ-୩୮*, ଆଲିସା ହିଲି-୩୩, ଇସି ଓ୍ବଙ୍ଗ-୨/୩୦, ଆମେଲିଆ କେର-୧/୩୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri