Categories: ଜାତୀୟ

ବାଣ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ: ୯ଜଣ ଗୁରୁତର

ମଥୁରା,୧୨।୧୧: ଉତ୍ତରପ୍ରଦେଶ ମଥୁରା ଜିଲାର ଗୋପାଳବାଗ ଅଞ୍ଚଳରେ ରବିବାର ଏକ ବାଣ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୯ଜଣ ଗୁରୁତର ହୋଇଥିବା ବେଳେ ୭ ଦୋକାନ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ମିଳିଥିବା ସୂଚନା ମୁତାବକ, ବାଣ ମାର୍କେଟରେ ପ୍ରଥମେ ଗୋଟିଏ ଦୋକାନରେ ନିଆଁ ଲାଗିଯାଇଥିଲା। ପରେ ଏହା ୬ଟି ଦୋକାନକୁ ବ୍ୟାପି ଯାଇଥିଲା। ସର୍ଟ ଶର୍କିଟ ପାଇଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡି ନାହିଁ। ଅଗ୍ନି କାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share