Categories: ଜାତୀୟ

ୟୁପି ଏସ୍‌ଟିଏଫ୍‌କୁ ବଡ଼ ସଫଳତା, ଅତିକ୍‌ ଅହମ୍ମଦଙ୍କ ଭାଇ ଅଶ୍ରଫ୍‌ଙ୍କ ଶଳା ସଦ୍ଦାମ ଦିଲ୍ଲୀରୁ ଗିରଫ

ଲକ୍ଷ୍ନୌ,୨୮।୯: ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଆଜି ଏକ ବଡ଼ ସଫଳତା ପାଇଛି । ମାଫିଆ ଅତିକ୍‌ ଅହମ୍ମଦଙ୍କ ଭାଇ ଅଶ୍ରଫ୍‌ଙ୍କ ଶଳା ସଦ୍ଦାମଙ୍କୁ ଗୁରୁବାର ଏସ୍‌ଟିଏଫ୍‌ ଦିଲ୍ଲୀରୁ ଗିରଫ କରିଛି। ସଦ୍ଦାମଙ୍କ ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ସେ ଦୀର୍ଘ ସମୟ ଧରି ଫେରାର ଥିଲେ ଏବଂ ଏସ୍‌ଟିଏଫ୍‌ ତାଙ୍କୁ ଖୋଜୁଥିଲେ, ଗିରଫଦାରୀକୁ ବଞ୍ଚିବା ପାଇଁ ସଦ୍ଦାମ ତାଙ୍କ ସ୍ଥାନ ବାରମ୍ବାର ପରିବର୍ତ୍ତନ କରୁଥିଲେ।

ବରେଲିର ବିଥ୍ରି ଚେନପୁର ଏବଂ ବାରାଦରୀ ପୋଲିସ ଷ୍ଟେଶନରେ ମାଫିଆ ଅଶ୍ରଫ୍‌ଙ୍କ ଶଳା ସଦ୍ଦାମଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ୟୁପି ଏସ୍‌ଟିଏଫ୍‌ ଦିଲ୍ଲୀର ମାଲବିୟ ନଗର ଅଞ୍ଚଳରୁ ସଦ୍ଦାମଙ୍କୁ ଗିରଫ କରିଛି। ପ୍ରୟାଗରାଜ ଉମେଶ ପାଲ ହତ୍ୟା ମାମଲାରେ ସଦ୍ଦାମ ଜଣେ ଅଭିଯୁକ୍ତ।

Share