ଚାନ୍ଦି ଭଣ୍ଡାରର ରଜ ସଜ କଲେକ୍ସନ, ଗଢ଼ା ମଜୁରି ଉପରେ ୨୦% ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର,୭।୬: ଚାନ୍ଦି ଭଣ୍ଡାରର ବହୁ ପ୍ରତୀକ୍ଷିତ ରଜ ସଜ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଧୁନିକ ଡିଜାଇନ ସହ ରୁପାର କାଳଜୟୀ ସୌନ୍ଦର୍ଯ୍ୟର ମିଶ୍ରଣଯୁକ୍ତ ଆକର୍ଷଣୀୟ ଗହଣା ସମ୍ଭାର ଏବଂ ଆସେସରିଜ୍‌ ଚାନ୍ଦି ଭଣ୍ଡାରର ସମସ୍ତ ଷ୍ଟୋରରେ ଉପଲବ୍ଧ ହେଉଛି। ବିଶେଷକରି ‘ରଜ ସଜ’ କଲେକ୍ସନରେ ସୂକ୍ଷ୍ମ ତଥା ଚମତ୍କାର ଆଙ୍କ୍‌ଲେଟ୍‌ ଓ କାନଫୁଲ ଭଳି ଅନେକ ଡିଜାଇନ ସାମିଲ ସହ ଉତ୍ସବ ପରିଧାନରେ ଏହା ସୌନ୍ଦର୍ଯ୍ୟର ସ୍ପର୍ଶ ପ୍ରଦାନ କରିବ।

ଉଲ୍ଲେଖଯୋଗ୍ୟ, ରଜ ଏପରି ପର୍ବ, ଯାହା ମୌସୁମୀର ଆଗମନକୁ ସୂଚାଇଥାଏ ଏବଂ ନାରୀତ୍ୱକୁ ପାଳନ କରିଥାଏ। ଓଡ଼ିଆଙ୍କ ହୃଦୟରେ ଏହି ପର୍ବ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପରମ୍ପରା ଅନୁସାରେ ରଜରେ ଝିଅବୋହୂମାନେ ନୂଆ ପୋଷାକ, ଗହଣା ଏବଂ ଅନ୍ୟାନ୍ୟ ଆସେସରିଜ୍‌ ପିନ୍ଧି ରଜଦୋଳି ଖେଳିବା ସହ ସ୍ବାଦିଷ୍ଟ ପିଠା ଖାଇ ରଜର ଆନନ୍ଦ ଉଠାଇଥାନ୍ତି।

ସେହିଭଳି ଏହି କଲେକ୍ସନରେ ଥିବା ଚମତ୍କାର ନେକ୍‌ଲେସ୍‌ ଉଭୟ ପାରମ୍ପରିକ ଏବଂ ଆଧୁନିକ ଆଉଟ୍‌ଫିଟ୍‌ ସହ ଖାପଖାଇବ ଏବଂ ଷ୍ଟେଟ୍‌ମେଣ୍ଟ ବ୍ରେସ୍‌ଲେଟ୍‌ ଅନନ୍ୟ ଲୁକ୍‌ ପ୍ରଦାନ କରିବା ସହ ପ୍ରତ୍ୟେକ ପିସ୍‌ ଗହଣା ନାରୀଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବ। ଏପରିକି ପାରମ୍ପରିକତାଠାରୁ ଆରମ୍ଭକରି ସମସାମୟିକ ଡିଜାଇନ ଏଥିରେ ସାମିଲ ରହିଛି, ଯାହାକି ସମସ୍ତଙ୍କୁ ପସନ୍ଦ ଆସିବ।

ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ରଜ ପର୍ବର ଆଗମନ ସହ ଚାନ୍ଦି ଭଣ୍ଡାର ଏକ ସେଲିବ୍ରେଶନ୍‌ ଆୟୋଜିତ ହୋଇଛି, ଯାହାକି ସମସାମୟିକ ଯାତ୍ରା ସହ ପରମ୍ପରାକୁ ମିଶ୍ରଣ କରୁଛି। ଚଳିତ ରଜରେ ଆମେ ପର୍ବର ପ୍ରକୃତ ଭାବକୁ ଜୀବନ୍ତ ରଖି ଏହାର ବ୍ୟାଖ୍ୟାକୁ ପୁନଃ ପରିଭାଷିତ କରୁଛୁ। ଆମର ସୂକ୍ଷ୍ମ ତଥା ନୂତନ ଆସେସରିଜ୍‌ ଓ ସେଲିବ୍ରେଶନ୍‌ର ଅଭିନବ ଉପାୟ ସହ ଚଳିତ ରଜରେ ଆହୁରି ରଙ୍ଗ ଏବଂ ଆନନ୍ଦ ଯୋଡ଼ିବ। ରଜର ଉତ୍ସାହକୁ ବଢ଼ାଇବା ପାଇଁ ଚାନ୍ଦି ଭଣ୍ଡାର ପକ୍ଷରୁ ଆକର୍ଷଣୀୟ ସ୍ବତନ୍ତ୍ର ରଜ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅଫର ୨୦୨୪ ଜୁନ୍‌ ୭ରୁ ୧୬ ପର୍ଯ୍ୟନ୍ତ ସମସ୍ତ ଚାନ୍ଦି ଭଣ୍ଡାର ଶୋ’ରୁମ୍‌ରେ ଉପଲବ୍ଧ। ଏହା ଜରିଆରେ ଗ୍ରାହକ ସମସ୍ତ ଗହଣାର ଗଢ଼ା ମଜୁରି ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଅପରପକ୍ଷରେ ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍‌ର ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ଲିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେଶନ, କ୍ରୟ ପୂର୍ବରୁ ପରଖିବା, ଭାଲ୍ୟୁ ଫର୍‌ ମନି ଏବଂ ହଲ୍‌ମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି ବୋଲି ବ୍ରାଣ୍ଡ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri