Categories: ବାଣିଜ୍ୟ

ଆଇଆଇଏଫ୍‌ଏଲ୍‌ ବଣ୍ଡ୍‌ ଉପରେ ୯% ପର୍ଯ୍ୟନ୍ତ ସୁଧ

ଭୁବନେଶ୍ୱର,୧୩।୬: ଦେଶର ପ୍ରମୁଖ ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍ସିଆଲ କମ୍ପାନୀ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ ସର୍ବୋଚ୍ଚ ସ୍ତରର ସୁରକ୍ଷା ସହିତ ବଣ୍ଡ୍‌ ଇସ୍ୟୁ ଉପରେ ୯% ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି। ଏପରିକି ସୁରକ୍ଷିତ ବଣ୍ଡ୍‌ଗୁଡିକର ପବ୍ଲିକ୍‌ ଇସ୍ୟୁ ନିକଟରେ ଖୋଲିଥିବା ବେଳେ ବ୍ୟବସାୟିକ ଅଭିବୃଦ୍ଧି ଓ ପୁଞ୍ଜି ବୃଦ୍ଧି ଉଦ୍ଦେଶ୍ୟ ପାଇଁ ଏହା ୧୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ହାସଲ କରିବ। ଏହି ବଣ୍ଡ୍‌ ଇସ୍ୟୁ ୨୦୨୩ ଜୁନ୍‌ ୨୨ରେ କିମ୍ବା ଚାହିଦା ଉପରେ ଆଧାର କରି ତାହା ପୂର୍ବରୁ ବନ୍ଦ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସର ଗ୍ରୁପ୍‌ ସିଏଫ୍‌ଓ କପିଶ ଜୈନ୍‌ କହିଛନ୍ତି, ଭାରତରେ ଆଇଆଇଏଫ୍‌ଏଲ୍‌ର ୪୦୦୦ରୁ ଅଧିକ ଶାଖାର ଏକ ମଜଭୁତ ଉପସ୍ଥିତି ଏବଂ ବିବିଧ ରିଟେଲ୍‌ ପୋର୍ଟଫୋଲିଓ ମାଧ୍ୟମରେ ଅଣସଂରକ୍ଷିତ ଲୋକଙ୍କର ଋଣ ଆବଶ୍ୟକତାକୁ ପୂରଣ କରୁଛି।

Share