Categories: ଜାତୀୟ

ଯେଉଁଠି ଚିକିତ୍ସା କରୁଥିଲେ ସେଠାରେ ଡାକ୍ତରଙ୍କୁ ମିଳିଲା ନାହିଁ ଭେଣ୍ଟିଲେଟର

ଲକ୍ଷ୍ନୌ, ୨୬।୪: ପ୍ରୟାଗରାଜର ୮୫ ବର୍ଷୀୟ ଡାକ୍ତର ଜେ.କେ. ମିଶ୍ରାଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ସ୍ବରୂପରାଣୀ ନେହେରୁ (ଏସ୍‌ଆର୍‌ଏନ୍‌) ହସ୍ପିଟାଲରେ ଦୀର୍ଘ ୫୦ ବର୍ଷ ରୋଗୀଙ୍କ ଚିକିତ୍ସା କରିଥିଲେ। ଉକ୍ତ ହସ୍ପିଟାଲ ଭେଣ୍ଟିଲେଟର ଯୋଗାଇବାରେ ସମର୍ଥ ନ ହେବାରୁ ସେଠାରେ ଡା. ମିଶ୍ରାଙ୍କର ମୃତ୍ୟୁ ଘଟିଲା ବୋଲି କୁହାଯାଉଛି। ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିଚାଲିଥିବା ବେଳେ ଭେଣ୍ଟିଲେଟର ଚାହିଦା ଅତ୍ୟଧିକ ବୃଦ୍ଧି ପାଇଛି। ଫଳରେ ପ୍ରତ୍ୟେକ ଗୁରୁତର ରୋଗୀଙ୍କ ପାଇଁ ଭେଣ୍ଟିଲେଟର ସହ ବେଡ୍‌ ଯୋଗାଡ଼ କରିବାକୁ ଏକପ୍ରକାର ସଂଘର୍ଷ କରିବାକୁ ପଡ଼ୁଛି। ହସ୍ପିଟାଲ ଡାକ୍ତର ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହାନ୍ତି।

Share