ଖୋଲିବ ମଲ୍ଟିପ୍ଲେକ୍ସ୍‌, ଜିମ୍‌

ଲକ୍ଷ୍ନୌ,୨।୭: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ରାଜ୍ୟରେ ଲଗାତର ଦୈନିକ ସଂକ୍ରମଣ ହ୍ରାସ ଘଟୁଛି। ଏଥିପାଇଁ ରାଜ୍ୟ ସରକାର ଉତ୍ତରପ୍ରଦେଶରେ ଜାରି ରହିଥିବା କଟକଣାକୁ ଏବେ କୋହଳ କରିବାକୁ ବିଚାର କରିଛନ୍ତି। ଏହିକ୍ରମରେ ରାଜ୍ୟରେ ଦୀର୍ଘ ଦିନରୁ ବନ୍ଦ ରହିଥିବା ମଲ୍ଟିପ୍ଲେକ୍ସ, ସିନେମା ହଲ୍‌, ଜିମ୍‌ ଓ ଷ୍ଟାଡିୟମ୍‌କୁ ଜୁଲାଇ ୫ ଅର୍ଥାତ୍‌ ସୋମବାରଠାରୁ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଷ୍ପତ୍ତି ନେଇଛନ୍ତି। ସନେମା ହଲ୍‌ର ମାଲିକଙ୍କ ଆବଶ୍ୟକତା ଓ ସମସ୍ୟାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କରୋନା ଯୋଗୁ ବ୍ୟବସାୟ ଉପରେ ବହୁ ପ୍ରଭାବ ପଡ଼ିଛି। ତେଣୁ ଅର୍ଥନୈତିକ ଦୃଷ୍ଟିକୋଣରୁ କରୋନା ପ୍ରୋଟେକଲ୍‌କୁ ମାନି ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ୍‌ ଖୋଲିବାକୁୁ ଯୋଗୀ ଆଦିତ୍ୟନାଥ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ ଗତ ୨୪ଘଣ୍ଟାରେ ଉତ୍ତରପ୍ରଦେଶରେ ୨ଲକ୍ଷ ୭୦ ହଜାର ୭୨୩ କରୋନା ଟେଷ୍ଟ କରାଯାଇଥିବା ବେଳେ ୧୩୩ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୨୨୮ଜଣ ସୁସ୍ଥ ହୋଇଛନ୍ତି।

 

Share