Categories: ଜାତୀୟ

ଗଙ୍ଗା ଆରତିରେ ଯୋଗ ଦେବେ ରାଷ୍ଟ୍ରପତି

ବାରାଣସୀ,୧୦।୩: ବାରାଣସୀର ବିଶ୍ୱପ୍ରସିଦ୍ଧ ଗଙ୍ଗା ଆରତୀରେ ଦେଶବିଦେଶର ଅନେକ ଅତିଥି ଯୋଗ ଦେଇଥାନ୍ତି। ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଙ୍ଗା ଆରତିରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି। ରାଷ୍ଟ୍ରପତି ଆସନ୍ତା ମାର୍ଚ୍ଚ ୧୩ରେ ୩ ଦିନିଆ ବାରାଣସୀଙ୍କ ଗସ୍ତରେ ଯିବେ। ଏହି ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି କାଶୀ ବିଶ୍ୱନାଥ ଦର୍ଶନ କରିବେ। ଏହି ସମୟରେ ସେ ଦଶାଶ୍ୱମେଧ ଘାଟରେ ଆୟୋଜିତ ଗଙ୍ଗା ଆରତିରେ ଯୋଗ ଦେବେ। ପ୍ରଥମଥର ପାଇଁ ଜଣେ ରାଷ୍ଟ୍ରପତି କାଶୀ ଗଙ୍ଗା ଆରତି ସମୟରେ ଉପସ୍ଥିତି ରହିବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାରିଛନ୍ତି।

Share