Categories: ଜାତୀୟ

ୟୁପି ବିଜୟ ଲକ୍ଷ୍ୟ, ଭାଜପାର ୧୦୦ ଦିନର ପ୍ରଚାର କାର୍ଯ୍ୟକ୍ରମ…

ଲକ୍ଷ୍ନୌ,୧୧।୧୧: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶ(ୟୁପି )ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ଲାଗି ଭାଜପା ପକ୍ଷରୁ ୧୦୦ ଦିନର ସ୍ବତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମ ରଖାଯାଇଛି। ୟୁପି ବିଜୟ ଲକ୍ଷ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବିଭିନ୍ନ ଜିଲାରେ ପ୍ରଚାର ମଙ୍ଗ ଧରିବେ। ବିରୋଧୀଙ୍କ କଡ଼ା ମୁକାବିଲା ଲାଗି ଭାଜପା ସ୍ବତନ୍ତ୍ର ରଣନୀତି ଗ୍ରହଣ କରିଥିବା କୁହାଯାଉଛି।

ମିଶନ ୨୦୨୨କୁ ସଫଳ କରିବା ଲାଗି ଭାଜପା ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ରାଜ୍ୟରେ ପୂର୍ବ ଥର ଭଳି ବିରୋଧୀଙ୍କୁ ଧରାଶାୟୀ କରିବା ଲକ୍ଷ୍ୟ ନେଇ ଭାଜପା ରଣନୀତି ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରୁଛି।

Share