Categories: ଖେଳ

ୟୁପି ଓ୍ବାରିୟର୍ଜ ୧୦ ଉଇକେଟରେ ଜିତିଲା

ମୁମ୍ବାଇ,୧୧ା୩: ମୁମ୍ବାଇର ବ୍ରାବୋର୍ନ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଓମେନ୍ସ ପ୍ରିମିୟର ଲିଗ୍‌ର ମ୍ୟାଚ୍‌ ନମ୍ବର ୮ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ୧୦ ଉଇକେଟରେ ପରାସ୍ତ କରିଛି ୟୁପି ଓ୍ବାରିୟର୍ଜ। ଆରସିବି ୧୯.୩ ଓଭରରେ ୧୩୮ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ୧୩ ଓଭରରେ ଜିତି ନେଇଥଲା ୟୁପି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ପକ୍ଷରୁ ସୋଫି ଡିଭାଇନ୍‌(୩୬) ଓ ଏଲିସ୍‌ ପେରୀ(୫୨) ରନ୍‌ କରିଥିଲେ। ପେରୀ ୩୯ ବଲ୍‌ ଖେଳି ସର୍ବାଧିକ ୫୨ ରନ୍‌ କରିଥିଲେ। ପେରୀଙ୍କ ଇନିଂସରେ ୬ ଚୌକା ଓ ୧ ଛକା ସାମିଲ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରେୟଙ୍କା ପାଟିଲ ୧୫ ଓ ଏରିନ୍‌ ବର୍ନସ୍‌ ୧୦ ରନ୍‌ କରିଥିଲେ। ୟୁପି ଓ୍ବାରିୟର୍ଜ ପକ୍ଷରୁ ସୋଫି ଏକେଲଷ୍ଟୋନ ୧୩ ରନ୍‌ରେ ୪ ଉଇକେଟ ନେଇଥିବା ବେଳେ ଦୀପ୍ତି ଶର୍ମା ୨୬ ରନ୍‌ରେ ୩ ଉଇକେଟ ନେଇଥିଲେ। ୧୩୯ ରନ୍‌ ଜବାବରେ ଆଲିସା ହିଲି ୯୬* ଓ ଦେବିକା ବୈଦ୍ୟ ୩୬* ରନରେ ଅପରାଜିତ ରହିଥିଲେ। ହିଲି ୪୭ବଲ୍‌ ଖେଳି ୧୮ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଦେବିକା ୩୧ଟି ବଲ ଖେଳି ୫ ଚୌକା ମାରିଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୯.୩ ଓଭରରେ ୧୩୮/୧୦(ଏଲିସ୍‌ ପେରୀ-୫୨, ସୋଫି ଡିଭାଇନ୍‌-୩୬, ଶ୍ରେୟଙ୍କା ପାଟିଲ-୧୫, ସୋଫି ଏକେଲଷ୍ଟୋନ-୪/୧୩, ଦୀପ୍ତି ଶର୍ମା-୩/୨୬, ରାଜେଶ୍ୱରୀ ଗାଏକ୍ୱାଡ-୧/୨୬)। ୟୁପି ଓ୍ବାରିୟର୍ଜ: ୧୩ ଓଭରରେ ୧୩୯/୦ (ଆଲିସା ହିଲି-୯୬*, ଦେବିକା ବୈଦ୍ୟ-୩୬*)।

Share