Categories: ଜାତୀୟ

ୟୁପିରୁ ମହିଳାଙ୍କୁ ଅପହରଣ କରି ଦିଲ୍ଲୀରେ ଗଣବଳାତ୍କାର

ମୁଜାଫରନଗର(ୟୁପି),୭।୩: କଲେଜ ଛାତ୍ରୀଙ୍କୁ ଅପହରଣ କରି ଦିଲ୍ଲୀ ନେଇ ସେଠାରେ ୫ ଜଣ ଅଭିଯୁକ୍ତ ଗଣବଳାତ୍କାର କରିଛନ୍ତି। ପୀଡ଼ିତାଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କ ବିରେଧରେ ମାମଲା ରୁଜୁ କରାଯିବା ସହ ତାଙ୍କୁ ଡାକ୍ତରୀ ମଇନା ପାଇଁ ପଠାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଖାତୋଲି ସହର ସ୍ଥିତ କଲେଜ ବାହାରୁ ଶୁକ୍ରବାର ତାଙ୍କୁ ଏକ କାରରେ ଅପହରଣ କରି ଦିଲ୍ଲୀ ନିଆଯାଇଥିଲା। ସେଠାରେ ତାଙ୍କୁ ୫ ଜଣ ଗଣବଳାତ୍କାର କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଘଟଣା ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ଧମକ ଦେଇଥିଲେ। ସେମାନେ ତାଙ୍କୁ ମିରଟ ପାଖରେ ଛାଡ଼ି ଚାଲି ଯାଇଥିଲେ ବୋଲି ଏସ୍‌ଏଚ୍‌ଓ ଧରମେନ୍ଦ୍ର କୁମାର କହିଛନ୍ତି।

ଏହି ଗଣବଳାତ୍କାର ମାମଲାରେ ଶିବ, ଅରୁନ, ଅଂଶ, ବରୁନ ଓ ସୁମିତ କୁମାର ସମ୍ପୃକ୍ତ ଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି।

Share