କାଲି ଗଣେଶ ଚତୁର୍ଥୀ: ରାଶି ଅନୁସାରେ ଜାଣନ୍ତୁ କ’ଣ କରିବେ ଭୋଗ…

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ବୁଧବାର ଅର୍ଥାତ ଅଗଷ୍ଟ ୩୧ ତାରିଖରେ ଏହା ପଡ଼ୁଛି। କରୋନା କଟକଣା ହଟିଥିବାରୁ ବିଘ୍ନବିନାଶକଙ୍କ ଉପାସନା ଧୁମଧାମରେ କରାଯିବ ବୋଲି କୁହାଯାଉଛି। ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ଗଣେଶଙ୍କୁ କ’ଣ କରିବେ ଭୋଗ?

-ମେଷ- ଏହି ରାଶିର ବ୍ୟକ୍ତି ବୁନ୍ଦିର ଲଡୁ ଭୋଗ ଲଗାନ୍ତୁ। ଏହା ଫଳରେ ଘରର ଆର୍ଥିକ ସମସ୍ୟା ଦୂର ହେବ।
-ବୃଷ- ମୋଦକ ଭୋଗ କରନ୍ତୁ। ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।
-ମିଥୁନ- ୧୧ରୁ ୨୧ ଦୁବ ଅର୍ପଣ କରନ୍ତୁ। ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ।
-କର୍କଟ- ବର୍ଫି ଭୋଗ ଲଗାନ୍ତୁ।
-ସିଂହ- ଗୁଡ ଭୋଗ କରନ୍ତୁ।
-କନ୍ୟା- ମୁଗ ଡାଲିର ହାଲୁଆ ଭୋଗ କରନ୍ତୁ।
-ତୁଳା-ବୁନ୍ଦିର ଲଡୁ ଭୋଗ କରନ୍ତୁ।
-ବିଛା- ବୁନ୍ଦି ଏବଂ ବେସନ ଲଡୁ ଭୋଗ କରନ୍ତୁ।
-ଧନୁ-ଗଣେଶଙ୍କୁ ୧୦ ଦିନ ଯାଏ କଦଳୀ ଭୋଗ କରନ୍ତୁ।
-ମକର- ମୋତିଚୁରର ଲଡୁ ଭୋଗ କରନ୍ତୁ।
-କୁମ୍ଭ- ବୁନ୍ଦିର ଲଡୁ ଭୋଗ କରନ୍ତୁ।
-ମୀନ-ବେସନ, ବୁନ୍ଦି ନଚେତ ଯେକୌଣସି ପ୍ରକାରର ଲଡୁ ଭୋଗ କରନ୍ତୁ।

ତେବେ ମନେରଖନ୍ତୁ ଭୋଗରେ ତୁଳସୀ ପତ୍ରର ବ୍ୟବହାର କରନ୍ତୁ। ପୂଜାରେ ବ୍ୟବହାର କରୁଥିବା ଚାଉଳ ଯେପରି ଗୋଟା ରୁହେ ସେଥିପ୍ରତି ଧ୍ୟାନ ଦେବେ।