Categories: ଖେଳ

୩ୟ ଟି୨୦: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଓ୍ବେଷ୍ଟଇଣ୍ଡିଜ, ଯଶସ୍ଵୀ କଲେ ଡେବ୍ୟୁ

ଗୁଏନା,୮। ୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ମୁକାବିଲାର ୩ୟ ମ୍ୟାଚ ମଙ୍ଗଳବାର ଖେଳା ଯାଉଛି। ମ୍ୟାଚ ରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ରୋଭମାନ ପାଭେଲ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଆହତ ଜେସନ୍ ହୋଲ୍ଡରଙ୍କ ସ୍ଥାନରେ ରୋଷ୍ଟନ୍ ଚେଜଙ୍କୁ ସୁଯୋଗ ମିଳିଛି। ସେହିଭଳି ଭାରତୀୟ ଟିମରେ ଈଶାନ୍ କିଶନ ଏବଂ ରବି ବିଶ୍ନୋଇଙ୍କ ସ୍ଥାନରେ ଯଶସ୍ଵୀ ଜାୟଶଓ୍ବାଲ ଏବଂ କୂଳ ଦୀପ ଯାଦବଙ୍କୁ ସୁଯୋଗ ମିଳିଛି। ଯଶସ୍ଵୀଙ୍କ ଏହା ପ୍ରଥମ ଡେବ୍ୟୁ ମ୍ୟାଚ।

Share