Categories: ଜାତୀୟ

ଉପେନ୍ଦ୍ର ଦ୍ବିବେଦୀ ହେଲେ ନୂଆ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ,୧୨।୬: ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ। ସେ ଏବେ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନରାଲ ମନୋଜ ପାଣ୍ଡେଙ୍କ ସ୍ଥାନ ନେବେ। ମନୋଜଙ୍କ କାର୍ଯ୍ୟକାଳ ଆସନ୍ତା ୩୦ ରେ ଶେଷ ହେଉଛି। ଚଳିତବର୍ଷ ଫେବୃଆରୀ ୧୯ରେ ଉପେନ୍ଦ୍ର ସ୍ଥଳସେନା ଉପମୁଖ୍ୟ ଦାୟିତ୍ୱ ନେଇଥିଲେ। ସେନାରେ ସାହସିକ ଏବଂ ଉତ୍କୃଷ୍ଟ କାର୍ଯ୍ୟ ଲାଗି ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପରମ ବିଶିଷ୍ଟ ସେବା ମେଡାଲ ଓ ଅତି ବିଶିଷ୍ଟ ସେବା ମେଡାଲ ପାଇଛନ୍ତି।

Share