ପାଟନା,୨୧ ।୨: ଜେଡିୟୁରୁ ଅଲଗା ହେବା ପରେ ଉପେନ୍ଦ୍ର କୁଶୱାହା ଦଳରେ ଫାଟ ସୃଷ୍ଟି ହୋଇଥିବାର ଏକ ବଡ ସଙ୍କେତ ଦେଇଛନ୍ତି । ଏକ ପ୍ରେସ୍ କନଫରେନ୍ସରେ ସେ ଏହା କହିଛନ୍ତି । ଜେଡିୟୁର ଅନେକ ବିଧାୟକ ଓ ବିଧାନ ପରିଷଦ ସଦସ୍ୟ ତାଙ୍କ ସମ୍ପର୍କରେ ଥିବା ସେ ଦାବି କରିଛନ୍ତି । ଆଗାମୀ ଦିନରେ ବହୁତ କିଛି ହେବାକୁ ଯାଉଛି । କେବଳ ସମୟକୁ ଅପେକ୍ଷା ବୋଲି ସେ କହିଛନ୍ତି ।
ଦଳରେ ଫାଟକୁ ନେଇ ଉପେନ୍ଦ୍ର କୁଶୱାହା କହିଛନ୍ତି ଜେଡିୟୁରେ ଆଉ ଅଛି ବା କ’ଣ । ଜେଡିୟୁ ଏବେ ଏକ ଖାଲି ଘର ଭଳି । ସେଠାରେ ଭାଙ୍ଗିବାକୁ ଆଉ କିଛି ନାହିଁ । ତେବେ ଭବିଷ୍ୟତରେ ସେ ନୀତୀଶଙ୍କ ସହ ଯିବେ କି ବୋଲି ପ୍ରଶ୍ନର ଉତ୍ତରରେ କୁଶୱାହା କହିଛନ୍ତି, ରାଜନୈତିକ ଭାବେ ଏବେ ସେ ନୀତୀଶଙ୍କ ସହ ଯିବେ ନାହିଁ । ହେଲେ ଆବଶ୍ୟକତା ପଡିଲେ ସେ ନୀତୀଶଙ୍କୁ ରକ୍ତ ଦେବେ, ନୀତୀଶ କୁମାରଙ୍କ ସାମ୍ନାରେ ସବୁଠାରୁ ପ୍ରଥମେ ଠିଆ ହେବେ ।
ସୂଚନାଯୋଗ୍ୟ, ଉପେନ୍ଦ୍ର କୁଶୱାହା ଗୋଟିଏ ଦିନ ପୂର୍ବରୁ ଜେଡିୟୁ ଛାଡି ନିଜର ଏକ ନୂଆ ଦଳ ଗଠନ କରିଛନ୍ତି ।