ପାଟନା,୯।୩: ଜେଡିୟୁରୁ ଇସ୍ତଫା ଦେଇ ଏକ ନୂତନ ଦଳ ଗଠନ କରିଥିବା ଉପେନ୍ଦ୍ର କୁଶୱାହାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଏବେ Y+ ସୁରକ୍ଷା ମିଳିଛି। ଆଇବି ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁଶୱାହାଙ୍କ ସୁରକ୍ଷା ବଢାଯାଇଛି। କୁଶୱାହା ଏବେ ଆରଏଲଜେଡିର ଜାତୀୟ ସଭାପତି ହୋଇଛନ୍ତି। ଏହାପୂର୍ବରୁ ବିକାଶଶୀଳ ଇନସାନ ପାର୍ଟିର ସୁପ୍ରିମୋ ମୁକେଶ ସାହାଣୀଙ୍କୁ ମଧ୍ୟ Y + ସୁରକ୍ଷା ଦିଆଯାଇଥିଲା।
ଉପେନ୍ଦ୍ର କୁଶୱାହା ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ସରକାରରେ ମନ୍ତ୍ରୀ ରହିଆସିଛନ୍ତି ଏବଂ ନିକଟରେ ଜେଡିୟୁ ସହ ସମ୍ପର୍କ ଭାଙ୍ଗିଛନ୍ତି।