Categories: ଜାତୀୟ

ଉପେନ୍ଦ୍ର କୁଶୱାହାଙ୍କୁ Z – ସୁରକ୍ଷା

ପାଟନା,୧୭।୫: ବିହାରରେ ରାଷ୍ଟ୍ରିୟ ଲୋକ ଜନତା ଦଳ (ଆରଏଲଜେଡି) ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଏବେ ‘z -’ ସୁରକ୍ଷା ଯୋଗାଇ ଦିଆଯାଇଛି। ଆଇବି ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁଶୱାହାଙ୍କ ସୁରକ୍ଷାକୁ ବଢାଯାଇଛି।

ବର୍ତ୍ତମାନ ସିଆରପିଏଫ୍‌ କମାଣ୍ଡୋମାନେ କୁଶୱାହାଙ୍କୁ ‘ z -’ ସୁରକ୍ଷା ପ୍ରଦାନ କରିବେ। ସେ ବିହାର ଏବଂ ଦିଲ୍ଲୀରେ ଏହି ସୁରକ୍ଷା ପାଇବେ। ତାଙ୍କର ‘ z -’ ସୁରକ୍ଷା ପାଇଁ ସମୁଦାୟ ୩୩ ସୁରକ୍ଷାକର୍ମୀ ନିୟୋଜିତ ହେବେ। ଉପେନ୍ଦ୍ର କୁଶୱାଙ୍କୁ ସଶସ୍ତ୍ର ବାହିନୀର ସୁରକ୍ଷା ଯୋଗାଇ ଦିଆଯିବ।

Share