ନୂଆଦିଲ୍ଲୀ,୮ ।୧୧: ଉପହାର ସିନେମା ଅଗ୍ନିକାଣ୍ଡ ମାମଲାରେ ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ତଥ୍ୟକୁ ନେଇ ସାକ୍ଷୀଙ୍କୁ ଏପଟ ସେପଟ କରିବା ମାମଲାରେ ସୁଶୀଲ ଅଂସଲ ଓ ଗୋପଳ ଅଂସଲଙ୍କୁ ୭ ବର୍ଷ ଲେଖାଏଁ ସଜା ଶୁଣାଇଛନ୍ତି । ୧୯୯୭ରେ ଉପହାର ସିନେମା ଅଗ୍ନିକାଣ୍ଡରେ ୫୯ ଲୋକଙ୍କ ମୃତ୍ୟୁ ହୋଇଥିଲା । କୋର୍ଟ ସୁଶୀଲ ଓ ଗୋପାଳ ଅଂସଲଙ୍କ ଉପରେ ୨,୨୫ କୋଟି ଟଙ୍କାର ଜରିମାନା ବି କରିଛନ୍ତି । ଉପହାର ଟ୍ରାଜେଡି ଭିକ୍ଟିମ୍ସ ଆସୋସିଏଶନ(ଏବିୟୁଟି) ଅଗ୍ନିକାଣ୍ଡ ମାମଲାରେ ସାକ୍ଷୀଙ୍କ ସହ ଏପଟ ସେପଟ କରିବା ମାମଲାରେ ରିୟଲ ଇଷ୍ଟେଟ ବିଜନେସମ୍ୟାନ୍ ସୁଶୀଲ ଓ ଗୋପାଳ ଅଂସଲଙ୍କୁ ଆଜୀବନ ଜେଲ ଦଣ୍ଡ ପାଇଁ ଦାବି କରିଥିଲା । କୋର୍ଟ ଏହି ମାମଲାରେ ୮ ଅକ୍ଟୋବରରେ ଅଂସଲ ବନ୍ଧୁ, କୋର୍ଟର ଜଣେ ପୂର୍ବତନ କର୍ମଚାରୀ ଦିନେଶ ଚନ୍ଦ୍ର ଶର୍ମାଓ ପିପି ବତ୍ରା ତଥା ଅନୁପ ସିଂଙ୍କୁ ଦୋଷୀ ପ୍ରମାଣିତ କରିଥିଲେ । ଅନ୍ୟ ୨ ଅଭିଯୁକ୍ତ ହରସ୍ୱରୂପ ପାୱାର ଓ ଧର୍ମବୀର ମାଲହୋତ୍ରାଙ୍କର ଶୁଣାଣି ସମୟରେ ମୃତ୍ୟୁ ହୋଇଯାଇଥିଲା ।